ଗର୍ଭବତୀ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ଗିରଫ ହେଲେ ସ୍ୱାମୀଙ୍କ ସହ ଶାଶୂ ଓ ଶଶୁର

Advertisment
ଗର୍ଭବତୀ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ଗିରଫ ହେଲେ ସ୍ୱାମୀଙ୍କ ସହ ଶାଶୂ ଓ ଶଶୁର

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକଅଧୀନ ବୋରପଦର ପଞ୍ଚାୟତ ତେଲିସରାବାହଲି ଗ୍ରାମରେ ଜଣେ ଗର୍ଭବତୀ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ମଦନପୁର ରାମପୁର ଥାନା ପୁଲିସ ଅଭିଯୁକ୍ତ ସ୍ବାମୀ, ଶଶୁର ଓ ଶାଶୂଙ୍କୁ ଗିରଫ କରିଛି। ମୃତ ମହିଳା ହେଲେ କେତକୀ ସାହୁ। ପୁଲିସ ଅଭିଯୁକ୍ତ ସ୍ବାମୀ ଆନନ୍ଦ ସାହୁ, ଶାଶୂ ରଏବାରି ସାହୁ ଓ ଶଶୁର ରାଧେ ସାହୁଙ୍କୁ ଗିରଫ କରିଛି।

ସୂଚନା ଅନୁସାରେ ଗତ ରବିବାର ଦିନ କେତକୀ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ଏହି ଘଟଣାର କେତକୀଙ୍କ କାକା ଅଫେଶ୍ୱର ସାହୁ ମଦନପୁର ରାମପୁର ଥାନାରେ ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରି ସ୍ୱାମୀ, ଶାଶୂ ଓ ଶଶୁରଙ୍କୁ ଗିରଫ କରିଛି। ଏଥିସହିତ କେତକୀ ଆଣିଥିବା ଯୌତୁକ ସାମଗ୍ରୀ ବାପଘରକୁ ଫେରସ୍ତ କରାଯାଇଛି ।

ସୂଚନାଯୋଗ୍ୟ, ରବିବାର ସକାଳେ କେତକୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ବେଳେ ଶାଶୁ ଘର ଲୋକେ ସେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛି ବୋଲି ପ୍ରକାଶ କରିଥିଲେ। କିନ୍ତୁ ବାପ ଘର ଲୋକେ ତାଙ୍କ ଜିଦ ଯେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି କହିବା ସହ ଆଗରୁ ନିର୍ଯାତନା ଦିଆଯାଉଥିଲା ବୋଲି ଅଭିଯୋଗ କରିଥିଲେ। କେତକୀ ଚଳିତ ବର୍ଷ ଜାନୁଆରି ୧୫ ତାରିଖରେ ବିବାହ କରିଥିବା ବେଳେ ବର୍ତ୍ତମାନ ସେ ଗର୍ଭବତୀ ଥିଲେ। ପୁଲିସ ପ୍ରାଥମିକ ତଦନ୍ତରୁ ଏହା ଏକ ଯୌତୁକଜନିତ ହତ୍ୟା ବୋଲି ଜାଣିବାକୁ ପାଇଛି। କେତକୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ହେତୁ ସେ ଆତ୍ମହତ୍ୟା କରିଥିବାରୁ ସ୍ୱାମୀ, ଶଶୁର ଓ ଶାଶୂଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ମ.ରାମପୁର ଥାନାଧିକାରୀ ସଚିନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି। ଅନ୍ୟପଟେ ଏହାର ଠିକ ତଦନ୍ତ କରିବାକୁ କେତକୀଙ୍କ ପରିବାର ଲୋକ, ଜନସାଧାରଣ ଓ ବୃଦ୍ଧିଜୀବୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe