ରକ୍ତର ହୋଲି: ଗୋଷ୍ଠୀ ସଂଘର୍ଷରେ ୩ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

Advertisment
ରକ୍ତର ହୋଲି: ଗୋଷ୍ଠୀ ସଂଘର୍ଷରେ ୩ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

କଣାସ/ପିପିଲି: ରାଜ୍ୟବ୍ୟାପୀ ଏକାଧିକ ରଂଗରେ ଲୋକେ ଉତ୍ସାହର ସହିତ ରଂଗ ଖେଳୁଥିବା ବେଳେ ପୁରୀ ଜିିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ଗଡ଼ିଶାଗଦା ଅଞ୍ଚଳରେ ଆଜି ରକ୍ତର ହୋଲି ଦେଖିବାକୁ ମିଳିଛି। ଗଡ଼ିଶାଗଦା ଥାନା ଅନ୍ତର୍ଗତ ଜାଗୁଳାଇ ପଦର ଗାଁରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି। ଲୋକଙ୍କୁ ଦୁର୍ବୃତ୍ତମାନେ ଫାର୍ସା ଧରି ଗୋଡେଇ ଗୋଡେଇ ଗାଁ ଦାଣ୍ଡରେ ମୁଣ୍ଡକୁ ଲକ୍ଷ୍ୟ କରି ହାଣିଛନ୍ତି। ଏହି‌ ଗୋଷ୍ଠୀ ସଂଘର୍ଷରେ ୩ ଜଣ ଲୋକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ୩ଟାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜାଗୁଳାଇପଦର ଗାଁରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ପୂର୍ବ ବିବାଦ ଥିବାରୁ ଦୁର୍ବୃତ୍ତମାନେ ଅନ୍ୟ ଏକ ଗୋଷ୍ଠୀର ଲୋକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିମାନେ ଜୀବନ ବିକଳରେ ଦୌଡ଼ି ଦୌଡ଼ି ଘର ଭିତରକୁ ପଶିଯାଇଥିଲେ। ଏହା ପରେ ଦୁର୍ବୃତ୍ତମାନେ ଗାଁ ଛାଡ଼ି ଅନ୍ୟତ୍ର ପଳାୟନ କରିଥିଲେ।

publive-image

ତେବେ ଗୁରୁତରମାନଙ୍କୁ ପ୍ରଥମେ କଣାସସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପାଇଁ ନିଆଯାଇଥିଲା। ପରେ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ଗାଁରେ ଉତ୍ତେଜନା ଲାଗି ରହିଥିବା ବେଳେ ଅଭିଯୁକ୍ତମାନେ ଧରାପଡ଼ି ନାହାନ୍ତି। ତେବେ ହୋଲି ଭଳି ପବିତ୍ର ପର୍ବରେ ଏହି ଘଟଣା ଘଟିଥିବାରୁ ସାଧାରଣରେ ତୀବ୍ର ନିନ୍ଦା କରାଯାଉଛି। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe