ଦୁଇଟି ପୃଥକ ଦୁର୍ଘଟଣାରେ ୩ ଗୁରୁତର, ବାପ ଝିଅ ଆହତ

Advertisment
କାର୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ

The Hans India

ଭଞ୍ଜନଗର : ଭଞ୍ଜନଗର ଥାନା ଅନ୍ତର୍ଗତ ଗୋଶାଳା ଛକଠାରେ ବାପ ଝିଅ ବାଇକରେ ଘରକୁ ଫେରୁଥିବା ବେଳେ ସେମାନଙ୍କୁ ପଛପଟୁ ଗୋଟିଏ ବାଇକ ଧକ୍କା ଦେଇଛି। ଏଥିରେ ବାପ ଝିଅ ଆହତ ହୋଇଥିବା ବେଳେ ଧକ୍କା ଦେଇଥିବା ବାଇକ ଚାଳକ ଗୁରୁତର ଭାବେ ଆହତ ହୋଇଛନ୍ତି। ସେହିପରି ତାରସିଂ ଥାନା ଅନ୍ତର୍ଗତ କଲ୍ୟାଣପୁର ଗ୍ରାମ ନିକଟରେ ବାଇକରୁ ପଡ଼ି ଦୁଇ ଭାଇ ଗୁରୁତର ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଭଞ୍ଜନଗର ମେଡିକାଲକୁ ପଠାଇଛନ୍ତି। ସେଠାରେ ସେମାନଙ୍କ ଚିକିତ୍ସା କରାଯାଉଛି। ଭଞ୍ଜନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ବେଲଗୁଣ୍ଠା ଅଞ୍ଚଳର ଦିପ୍ତୀରଞ୍ଜନ ତ୍ରପାଠୀଙ୍କ ଝିଅ ଆଦ୍ୟାଶା ବ୍ରହ୍ମପୁରରୁ ଭଞ୍ଜନଗରକୁ ଆସିଥିଲେ। ଭଞ୍ଜନଗରକୁ ବାପା ଦୀପ୍ତୀ ଓ ଝିଅ ଆଦ୍ୟାଶା ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ସେମାନଙ୍କ ବାଇକକୁ ପଛପଟୁ କାଦୋପଡ଼ା ଗ୍ରାମର ସନୋଜ ଗୌଡ ଗୋଶାଳା ଛକ ନିକଟରେ ଧକ୍କା ଦେଇଥିଲେ। ଏଥିରେ ଦିପ୍ତୀ ଓ ଆଦ୍ୟାଶା ଆହତ ହୋଇଥିବା ବେଳେ ସନୌଜ ଗୌଡ ଗୁରୁତର ଅବସ୍ଥାରେ ପଡିଥିଲେ। କିନ୍ତୁ ସନୋଜଙ୍କ ଗାଡ଼ିରେ ବସିଥିବା ଅନ୍ୟ ଦୁଇଜଣ ବ୍ୟକ୍ତି ଏହି ଦୁର୍ଘଟଣାରୁ ବର୍ତ୍ତ ଯାଇଥିଲେ। ଏମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାରକରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ।

ସେହିପରି କଲ୍ୟାଣପୁର ଗ୍ରାମର ବଡ ଭାଇ ମାଧବ ନାୟକ ଓ ସାନ ଭାଇ ସାଧବ ନାୟକ ଦୁହେଁ ମିଶି ବେଲଗୁଣ୍ଠା ଆସିଥିଲେ। ରାତିରେ ଦୁଇ ଭାଇ ଗାଁକୁ ଫେରୁଥିବା ବେଳେ ଗାଁ ନିକଟରେ ଚାଲିଥିବା ରାସ୍ତା କାମର ମେଣ୍ଟାଲ ଗଦା ନିକଟରେ ପଡିଯାଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲକୁ ପଠାଇଥିଲେ। ଦୁଇ ଭାଇଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe