ସରକାରୀ ଅର୍ଥ ହେରଫେର୍‌ ମାମଲା: ତତ୍କାଳୀନ ଗଜପତି ଜିଲ୍ଲାପାଳଙ୍କ ସମେତ ୩ ନିର୍ଦ୍ଦୋଷ

ସରକାରୀ ଅର୍ଥ ହେରଫେର୍‌ ମାମଲା: ତତ୍କାଳୀନ ଗଜପତି ଜିଲ୍ଲାପାଳଙ୍କ ସମେତ ୩ ନିର୍ଦ୍ଦୋଷ

Times of India

ବ୍ରହ୍ମପୁର : ଗଜପତି ଜିଲ୍ଲାରେ ହୋଇଥିବା ସରକାରୀ ଅର୍ଥ ହେରଫେର୍‌ ମାମଲାର ବିଚାରଣା ପରେ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ ଦୀର୍ଘ ୨୫ବର୍ଷ ପରେ ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି। ପ୍ରମାଣ ଅଭାବରୁ କୋର୍ଟ ଗଜପତି ଜିଲ୍ଲାର ତତ୍କାଳୀନ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ଇଣ୍ଟିଗ୍ରେଟେଡ୍‌ ଟ୍ରାଇବଲ୍‌ ଡେଭଲପ୍‌ମେଣ୍ଟ ଏଜେନ୍ସି (ଆଇଟିଡିଏ)ର ଶ୍ରୀକାନ୍ତ ପଟ୍ଟନାୟକ ଓ ପାରଳାଖେମୁଣ୍ଡିର ସାମଗ୍ରୀ ଯୋଗାଣକାରୀ ସଂସ୍ଥାର ପ୍ରସାଦ ନାୟକଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି।

୧୯୯୪ ମସିହାରେ ଗଜପତି ଜିଲ୍ଲାରେ ଚାରା ରୋପଣ ପାଇଁ ୨୨୭୨ ବସ୍ତା ପିଡ଼ିଆ ଯୋଗାଣ ପାଇଁ ଟେଣ୍ଡର୍‌ ଆହ୍ବାନ ହୋଇଥିଲା। ସାମଗ୍ରୀ ଯୋଗାଣକାରୀ ପ୍ରସାଦଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ଏହି ଟେଣ୍ଡର୍‌ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ପ୍ରାୟ ୨ଲକ୍ଷ ୧୦ହଜାର ଟଙ୍କା ହେରଫେର୍‌ ହୋଇଥିବା ନେଇ ୧୯୯୮ ଜାନୁଆରିରେ ୩ଜଣ ଅଭିଯୁକ୍ତଙ୍କ ବିରୋଧରେ ଭିଜିଲାନ୍ସ ବିଭାଗ ମାମଲା ରୁଜୁ କରିଥିଲା। ପରେ ସମସ୍ତେ ହାଇକୋର୍ଟରୁ ଜାମିନ୍‌ ପାଇଥିଲେ। ମାମଲାର ବିଚାରଣା ବେଳେ ୨୮ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ଼ କରାଯାଇଥିଲା। ପ୍ରମାଣ ଅଭାବରୁ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ତତ୍କାଳୀନ ଜିଲ୍ଲାପାଳ ଶ୍ରୀ ମିଶ୍ରଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ପ୍ରସାଦ କୁମାର ପଟ୍ଟନାୟକ, ପ୍ରଦୀପ କୁମାର ପାଣିଗ୍ରାହୀ ଏବଂ ଅନ୍ୟ ଦୁଇଜଣଙ୍କ ପାଇଁ କୁମାରକାନ୍ତ ବେହେରା, ନରସିଂହ ପଟ୍ଟନାୟକ ଓ କେଶରୀ ପ୍ରାସଦ ମିଶ୍ର ମକଦ୍ଦମା ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe