ବାଲିଅନ୍ତାରୁ ଅପହୃତ ୩ ନାବାଳିକା ଭରତପୁର ଅଞ୍ଚଳରୁ ଉଦ୍ଧାର

Advertisment
ବାଲିଅନ୍ତାରୁ ଅପହୃତ ୩ ନାବାଳିକା ଭରତପୁର ଅଞ୍ଚଳରୁ ଉଦ୍ଧାର

ବାଲିଅନ୍ତା:ଦୁଇଦିନ ତଳେ ବାଲିଅନ୍ତା ଥାନା ନିକଟସ୍ଥ ପଥରକୋଟ ବସ୍ତି ଅଞ୍ଚଳରୁ ନିଖୋଜ ଥିବା ୩ ନାବାଳିକା ଉଦ୍ଧାର ହୋଇଛନ୍ତି। ୩ଜଣ ଯୁବକ ସେମାନଙ୍କୁ ଅପହରଣ କରି ନେଇଥିବା ଅଭିଯୋଗ ହୋଇଥିଲା। ଭରତପୁର ଥାନା ଅଞ୍ଚଳରେ ସେମାନେ ସନ୍ଦିଗ୍ଧ ଅବସ୍ଥାରେ ବୁଲାବୁଲି କରୁଥିବା ଖବର ପାଇ ପୁଲିସ ଯୁବକମାନଙ୍କ ମୋବାଇଲ ଫୋନକୁ ଟ୍ରାକ କରି ସେମାନଙ୍କ ନିକଟରେ ପହଞ୍ଚି କାବୁ କରି ନେବାରେ ସକ୍ଷମ ହୋଇଥିଲା।

ହେଲେ ଅଭିଯୁକ୍ତ ଯୁବକମାନେ  ପୁଲିସକୁ ଚକମା ଦେଇ ଘଟଣାସ୍ଥଳରୁ ଖସି ପଳାଇବାରେ ସକ୍ଷମ ହୋଇଥି‌ବା କୁହାଯାଉଛି। ଭରତପୁର ଥାନା ପୁଲିସ ଗତକାଲି ସଂଧ୍ୟାରେ ଶିଶୁ ସୁରକ୍ଷା ସମିତିକୁ ସେମାନଙ୍କୁ ହସ୍ତାନ୍ତର କରିଥିଲା। ପରେ ସିଡବ୍ଲୁସି ନାବାଳିକାଙ୍କୁ ବାଲିଅନ୍ତା ଥାନାକୁ ହସ୍ତାନ୍ତର କରିଥିଲା। ବାଲିଅନ୍ତା ଥାନା ପୁଲିସ ବୟାନ ରେକର୍ଡ଼ କରି ଆଜି ଅପରାହ୍ନରେ ତାଙ୍କ ପରିବାର ଲୋକଙ୍କ ଜିମା ଦେଇଥିଲା। ୩ ଟ୍ରାକ୍ଟର ଡ୍ରାଇଭର ସହ ଫେରାର ହୋଇଯାଇଥିବା ବାଲିଅନ୍ତା ଥାନାରେ ଅଭିଯୋଗ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe