ଦୁର୍ଘଟଣା: ଟ୍ରକ୍‌କୁ ପଛରୁ ଧକ୍କା ଦେବାରୁ ବାଇକ୍‌ ଆରୋହୀ ମୃତ, ସ୍କୁଟିକୁ ଧକ୍କା ଦେଇ ଜୀବନ ହାରିଲେ ଟ୍ରାକ୍ଟର ଚାଳକ

ଅନୁଗୁଳ: ବାଇକ୍‌କୁ ଯାତ୍ରୀବାହୀ ବସ୍‌ ଧକ୍କା ଦେବାରୁ ଜଣେ ମୃତ, ଅନ୍ୟ ଜଣେ ଗୁରୁତର

Siliguri Times

ଭୁବନେଶ୍ୱର: ଦୁଇଟି ଭିନ୍ନ ଭିନ୍ନ ସଡ଼କ ଦୁର୍ଘଟଣାରେ ଶୁକ୍ରବାର ଅପରାହ୍ଣରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଭଦ୍ରକ ରାସ୍ତାରେ ଜାତୀୟ ରାଜପଥ ୧୬ ନମ୍ବରରେ ତଳନଗର ନିକଟରେ ଟ୍ରକକୁ ବାଇକ ଧକ୍କା ଦେଇଛି। ଫଳରେ ଏହି ଘଟଣାରେ ୨ ଜଣ ବାଇକ ଆରୋହୀଙ୍କର ଜୀବନ ଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ସେମାନଙ୍କର ପରିଚୟ ମିଳି ପାରି ନାହିଁ।

ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଥାନା ଅନ୍ତର୍ଗତ ଶଗଡ଼ା ରାସ୍ତାରେ ଉଚ୍ଚବାହାଲି ଛକରେ ସ୍କୁଟି ଚାଳକଙ୍କୁ ଟ୍ରାକ୍ଟର ଧକ୍କା ଦେଇଥିଲା। ତା’ ପରେ ଟ୍ରାକ୍ଟର ଓଲଟି ପଡ଼ିବାରୁ ଏଥିରେ ଥିବା ଚାଳକଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନାଯୋଗ୍ୟ ଆଜି ପୂର୍ବାହ୍ଣରେ ସୋନପୁର-ବଲାଙ୍ଗୀର ରାସ୍ତାରେ ଅନ୍ୟ ଏକ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ଅଚଂଚଳରେ ବିଜେପି ନେତା ରାଷ୍ଟ୍ରପତି ବେହେରା ଓ ତାଙ୍କର ଜଣେ ସହଯୋଗୀଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe