Three lakh devotees: ମହାଅଲଭ୍ୟ ବୁଡ଼ ପକାଇଲେ ୩ ଲକ୍ଷ ଶ୍ରଦ୍ଧାଳୁ

Advertisment

ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗାର ପବିତ୍ର ତୀର୍ଥ ପୁଷ୍କରିଣୀରେ ଆଜି ମହାଅଲଭ୍ୟ ବାରୁଣୀ ବୁଡ଼ ସମ୍ପନ୍ନ ହୋଇଛି। ଏଥିରେ ୩ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ମାଘମାସ ଶୁକ୍ଳପକ୍ଷ ସପ୍ତମୀ ତିଥିରେ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ମାହେନ୍ଦ୍ର ବେଳାର ବହୁ ପୂର୍ବରୁ ଭୋର୍‌ ୪.୦୧ ମିନିଟ୍‌ରେ....

ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗାର ପବିତ୍ର ତୀର୍ଥ ପୁଷ୍କରିଣୀରେ ଆଜି ମହାଅଲଭ୍ୟ ବାରୁଣୀ ବୁଡ଼ ସମ୍ପନ୍ନ ହୋଇଛି। ଏଥିରେ ୩ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ମାଘମାସ ଶୁକ୍ଳପକ୍ଷ ସପ୍ତମୀ ତିଥିରେ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ମାହେନ୍ଦ୍ର ବେଳାର ବହୁ ପୂର୍ବରୁ ଭୋର୍‌ ୪.୦୧ ମିନିଟ୍‌ରେ....

dhdagaddgd

କୋଣାର୍କ/ରାମଚଣ୍ଡୀ: ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗାର ପବିତ୍ର ତୀର୍ଥ ପୁଷ୍କରିଣୀରେ ଆଜି ମହାଅଲଭ୍ୟ ବାରୁଣୀ ବୁଡ଼ ସମ୍ପନ୍ନ ହୋଇଛି। ଏଥିରେ ୩ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ମାଘମାସ ଶୁକ୍ଳପକ୍ଷ ସପ୍ତମୀ ତିଥିରେ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ମାହେନ୍ଦ୍ର ବେଳାର ବହୁ ପୂର୍ବରୁ ଭୋର୍‌ ୪.୦୧ ମିନିଟ୍‌ରେ ତିନି ଠାକୁର ସ୍ନାନ କରିବା ପରେ ୪.୨୫ ମିନିଟ୍‌ରେ ଶ୍ରଦ୍ଧାଳୁମାନେ ବୁଡ଼ ପକାଇ ଥିଲେ। ବିଗତ ବର୍ଷମାନଙ୍କ ଭଳି ଚଳିତ ବର୍ଷ ମାଧିପୁର ଗ୍ରାମର ମହାଦେବ  ତ୍ରିବେଣୀଶ୍ବର, ସନ୍ଥପୁର ଗ୍ରାମର ମହାଦେବ ଐଶାଣେଶ୍ୱର ଓ କୁରୁଜଙ୍ଗ ଗ୍ରାମର ମହାଦେବ ଦକ୍ଷିଣେଶ୍ବର ପ୍ରମୁଖ ତ୍ରିଶମ୍ଭୁଙ୍କୁ ସେବାୟତମାନେ ଷଷ୍ଠୀ ରାତି ୧୧ଘଟିକା ସମୟରେ ସୁସଜ୍ଜିତ ବିମାନରେ ବିଜେ କରାଇ ଧାର୍ମିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଓ ହୋମଯଜ୍ଞ ଆଦି କାର୍ଯ୍ୟ ସଂପାଦନ କରିଥିଲେ। ଏହି ପରିପ୍ରେକ୍ଷୀରେ କୋଣାର୍କ ଏନ୍‌ଏସି ପରିସରରେ ଆଧ୍ୟାତ୍ମିକ ଓ ଚେତନା ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ଏଠାକାର ପରିବେଶକୁ ଭକ୍ତିପୂର୍ଣ୍ଣ କରିଦେଇଥିଲା। ପରେ ତ୍ରିଶମ୍ଭୁଙ୍କୁ ବିରାଟ ଶୋଭାଯାତ୍ରାରେ କୋଣାର୍କ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ନିଆଯାଇଥିଲା। ତିନି ଠାକୁରଙ୍କୁ ବେହେରା ସେବକମାନେ କାନ୍ଧରେ ବୋହି ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ସ୍ନାନମଣ୍ଡପ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ତିନି ଠାକୁରଙ୍କ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ଅଭିମୁଖେ ଯାତ୍ରା ସମୟରେ ଦୂର ଦୂରାନ୍ତରୁ ଆସିଥିବା ଲକ୍ଷାଧିକ ଶ୍ରଦ୍ଧାଳୁ ତଥା ଭକ୍ତମାନେ ଠାକୁରଙ୍କୁ ଦର୍ଶନ କରି ଆତ୍ମ ବିଭୋର ହୋଇ ପଡ଼ିଥିଲେ। ରାତି ୩ଟା ୩୦ରେ ମାଧିପୁର ଗ୍ରାମର ମହାଦେବ ତ୍ରିବେଣୀଶ୍ବର, ସନ୍ଥପୁର ଗ୍ରାମର ମହାଦେବ ଐଶାଣେଶ୍ୱର ଓ କୁରୁଜଙ୍ଗ ଗ୍ରାମର ଦକ୍ଷିଣେଶ୍ବର ମହାଦେବ ଚନ୍ଦ୍ରଭାଗା ସମୁଦ୍ର କୂଳରେ ପହଞ୍ଚି ତ୍ରିଶମ୍ଭୁ ମହୋଦଧି ପ୍ରଦକ୍ଷଣ କରିବା ପରେ ଏକ ସଙ୍ଗରେ ବଙ୍ଗୋପସାଗରରେ ମହୋଦଧି ସ୍ନାନ ସାରି ପରେ ତୀର୍ଥ ପୁଷ୍କରଣୀ ପୂଜାମଣ୍ଡପରେ ବିଜେ ହୋଇଥିଲେ। 

Car Price: ୟୁରୋପୀୟ କାର ଶସ୍ତା ହେବ; ଆମଦାନୀ ଶୁଳ୍କ ୪୦%କୁ କମିବ

ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରୁ ତ୍ରିଶମ୍ଭୁଙ୍କ ପୂଜକମାନେ ପବିତ୍ର ଜଳ ଆଣିବା ପରେ ରୀତିନୀତି ଓ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା, ହୋମଯଜ୍ଞ ଆଦି କାର୍ଯ୍ୟ ସଂପାଦନ କରାଯାଇଥିଲା। ତୀର୍ଥ ପୁଷ୍କରିଣୀଠାରେ ପୁରୀ ରାଧାବଲ୍ଲଭ ମଠର ସାଧୁସନ୍ଥଙ୍କ ଦ୍ବାରା ୧୦୮  ସମୁଦ୍ର ଆଳତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ ତିନି ଠାକୁରଙ୍କ ସ୍ନାନ ପୁଣ୍ୟ ପବିତ୍ର ଜଳକୁ ତୀର୍ଥ ପୁଷ୍କରିଣୀରେ ପକାଯାଇଥିଲା। ଏହା ପରେ ତିନି ଠାକୁରଙ୍କ ସେବାୟତ ଓ ସାଧୁ ସନ୍ଥମାନେ ସ୍ନାନ କରିଥିଲେ। ୩ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ସ୍ନାନ କରି ସୂର୍ଯ୍ୟ ନାରାୟଣଙ୍କ ଉପାସନା କରି ଜଳ ଅର୍ପଣ କରିଥିଲେ। ପରେ ଲକ୍ଷାଧିକ ଶ୍ରଦ୍ଧାଳୁ ୬ଟା ୩୪ ମିନିଟ୍‌ରେ ସୂର୍ଯ୍ୟୋଦୟ ଦର୍ଶନ କରି କୋଣାର୍କ ସ୍ଥିତ ନବଗ୍ରହ  ମନ୍ଦିରରେ ପୂଜାର୍ଚ୍ଚନା କରି ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଥିଲେ। ସୂର୍ଯ୍ୟମନ୍ଦିରରେ ଆଜି  ପ୍ରବେଶ ଶୁଳ୍କ ଛାଡ଼ ହେତୁ ମନ୍ଦିରରେ ନାହିଁ ନ ଥିବା ଭିଡ଼ ପରିଲକ୍ଷିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ତୀର୍ଥ ପୁଷ୍କରିଣୀରେ ପହଞ୍ଚି ତିନିଠାକୁରଙ୍କ ଦର୍ଶନ ସହ ପବିତ୍ର ତୀର୍ଥଜଳ ଛିଞ୍ଚି ହୋଇଥିଲେ। ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମାଘସପ୍ତମୀ ବୁଡ଼ ଶୃଙ୍ଖଳିତ ଭାବେ ସଂପାଦିତ ହୋଇଛି। ପୁରୀ ଏସ୍‌ପି ପ୍ରତୀକ ସିଂଙ୍କ ନେତୃତ୍ବରେ ବରିଷ୍ଠ ପୋଲିସ ଅଧିକାରୀମାନେ ସ୍ନାନ ଓ ସୁରକ୍ଷାରେ ସହଯୋଗ କରିଥିଲେ।

OECD predicts: ୨୦୪୦ ସୁଦ୍ଧା ଆମେରିକା ତୃତୀୟ ସ୍ଥାନକୁ ଖସିଯିବ: ଓଇସିଡି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe