ବନ୍ଧୁକ ଦେଖାଇ ଡକାୟତି ଘଟଣା: ଦେଢ଼ବର୍ଷ ପରେ ୩ ଗିରଫ, ବନ୍ଧୁକ, ଗୁଳି ଓ ବାଇକ୍‌ ଜବତ

Advertisment
ବନ୍ଧୁକ ଦେଖାଇ ଡକାୟତି ଘଟଣା: ଦେଢ଼ବର୍ଷ ପରେ ୩ ଗିରଫ, ବନ୍ଧୁକ, ଗୁଳି ଓ ବାଇକ୍‌ ଜବତ

ଚଣ୍ଡିଖୋଲ : ବନ୍ଧୁକ ଦେଖାଇ ଏକ ଲୁଟ୍‌ ଘଟଣାର ଦେଢ଼ବର୍ଷ ପରେ ୩ ଅଭିଯୁକ୍ତଙ୍କୁ ବାଲିଚନ୍ଦ୍ରପୁର ପୁଲିସ ଗିରଫ କରିଛି। ଅଭିଯୁକ୍ତମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, ଦୁଇଟି ଜୀବନ୍ତ ଗୁଳି ଓ ଦୁଇଟି ବାଇକ୍‌ ଜବତ କରାଯାଇଛି।

ସୂଚନା ମୁତାବକ, ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଚାରିନଙ୍ଗଳ ଖାଦିମ ମହଲାର ମୌଲାନା ଫକିରଉଦ୍ଦିନ ହାସମିକାସିମଙ୍କ ଘରେ ଗତ ୨୦୨୦ ମସିହା ଡିସେମ୍ବର ମାସରେ ୩ ଜଣ ମୁଖାପିନ୍ଧା ଯୁବକ ପଶି ବନ୍ଧୁକ ଦେଖାଇ ଧମକ ଦେବା ସହିତ ୨ ଲକ୍ଷ ଟଙ୍କା ମାଗିଥିଲେ। ସେମାନେ ମୌଲାନାଙ୍କ ଆଲମିରା ଭିତରେ ଥିବା କିଛି ଟଙ୍କା ଓ କାଗଜପତ୍ର ନେଇ ପଳାଇ ଯାଇଥିଲେ। ଏନେଇ ମୌଲାନା ଗତ ୨୦୨୦ ଡିସେମ୍ବର ମାସ ୧୭ ତାରିଖରେ ଅଭିଯୋଗ କରିଥିଲେ। ପୁଲିସ ସେତେବେଳେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲେ ମଧ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରି ପାରିନଥିଲା। ଥାନାଧିକାରୀ ରମାକାନ୍ତ ମୁଦୁଲି ଏହି ପୁରୁଣା ମାମଲାର ତଦନ୍ତ ଆରମ୍ଭ କରି ଗତ ୨୦ ତାରିଖରେ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲେ।

publive-image

ଅଭିଯୁକ୍ତମାନେ ହେଲେ ଏହି ଥାନା ଅନ୍ତର୍ଗତ ନଳିପୁର ଗ୍ରାମର ସେକ ସୋଲେମାନ ମହମ୍ମଦଙ୍କ ପୁଅ ମହମ୍ମଦ ଜାହାଙ୍ଗିର ଓରଫ ବାବୁ (୩୦), ଚାରିନଙ୍ଗଳ ଖାଦିମ ମହଲାର ସେକ ହୁସେନଙ୍କ ପୁଅ ଅମନ ଓରଫ ସେକ ଓହିଦ (୨୨) ଓ କଳାଶ୍ରୀ ଗ୍ରାମର ସେକ ମକଫରଙ୍କ ପୁଅ ସେକ ହାଇଦର ଅଲି ଓରଫ ରାଜା (୨୭)। ବାଇକ୍‌ ଓ ମାରଣାସ୍ତ୍ର ସହିତ ଏମାନଙ୍କୁ ପୁଲିସ ୨୦ ତାରିଖ ରାତିରେ ଚାରିନଙ୍ଗଳ ଛକ ଡମାବର ପଡ଼ିଆ ନିକଟରୁ ଗିରଫ କରିଥିଲା। ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି। ଅଧିକ ତଦନ୍ତ ପାଇଁ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଥାନାଧିକାରୀ ଶ୍ରୀ ମୁଦୁଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe