ରାଜ୍ୟର ୩ ମେଡିକାଲ କଲେଜ ଆସନ୍ତା ବର୍ଷ ହେବ କାର୍ଯ୍ୟକ୍ଷମ

ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା : ବଦଳିବେ ମୁଖ୍ୟସଚିବ, ପ୍ରଶାସନର ଚେହେରା ବି

ଭୁବନେଶ୍ୱର: ରାଜ୍ୟର ୩ଟି  ନୂଆ ମେଡିକାଲ କଲେଜର ଅଗ୍ରଗତି ନେଇ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ସମୀକ୍ଷା କରିଛନ୍ତି। ତାଳଚେର, ସୁନ୍ଦରଗଡ଼ ଓ ପୁରୀରେ ନିର୍ମାଣାଧୀନ ୩ଟି ନୂଆ ମେଡିକାଲ କଲେଜକୁ ଆସନ୍ତାବର୍ଷ କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ଡିସେମ୍ବର ସୁଦ୍ଧା ନିର୍ମାଣ କାମ ଶେଷ କରି ମେଡିକାଲ କାଉନସିଲ ଅଫ ଇଣ୍ଡିଆ (ଏମ୍‌ସିଆଇ)କୁ ଜଣାଇବା ପାଇଁ କହିଛନ୍ତି।

ସୂଚନାଯୋଗ୍ୟ, ପ୍ରତି ମେଡିକାଲ କଲେଜରେ ୧୦୦ଟି ଲେଖାଏଁ ସିଟ୍‌ ରହିବ। ତାଳଚେରରେ ମେଡିକାଲ କଲେଜ ଏମ୍‌ସିଏଲ୍‌ ସହଯୋଗରେ ନିର୍ମାଣ ହେଉଛି। ବିନା ଲାଭ-କ୍ଷତିରେ ଟ୍ରଷ୍ଟ ଦ୍ଵାରା ଚାଲିବ ତାଳଚେର ମେଡିକାଲ କଲେଜ।  ଡିସେମ୍ବର ସୁଦ୍ଧା ଭିତ୍ତିଭୂମି ନିର୍ମାଣ କାମ ସାରିବାକୁ ନିର୍ଦେଶ ଦିଆଯାଇଛି । ସେହିପରି ପୁରୀରେ ୨୦୨୧-୨୨ ଶିକ୍ଷାବର୍ଷରୁ ଆରମ୍ଭ ହେବ ପାଠପଢ଼ା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe