ମୁଖିଆଙ୍କ ଦେହାନ୍ତ ପରେ ଭାଙ୍ଗି ପଡ଼ିଲା ପରିବାର; କୀଟନାଶକ ପିଇ ଗୋଟିଏ ପରିବାରର ତିନି ଜଣ ଗୁରୁତର

Advertisment
ମୁଖିଆଙ୍କ ଦେହାନ୍ତ ପରେ ଭାଙ୍ଗି ପଡ଼ିଲା ପରିବାର; କୀଟନାଶକ ପିଇ ଗୋଟିଏ ପରିବାରର ତିନି ଜଣ ଗୁରୁତର

The Financial Express

ବରଗଡ଼: କୀଟନାଶକ ପିଇ ଗୋଟିଏ ପରିବାରର ତିନି ଜଣ ଗୁରୁତର। ବରଗଡ଼ ଜିଲ୍ଲା ସୋହେଲା ଥାନା ଅଧୀନ ମାଷ୍ଟର୍‌ପଡ଼ାରେ ରବିବାର ଏହି ଅଭାବନୀୟ ଘଟଣା ଘଟିଛି।  ତିନି ଗୁରୁତରଙ୍କୁ ସୋହେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ମାଷ୍ଟର୍‌ପଡ଼ାର ସ୍ବର୍ଗତ ଅର୍ଜୁନ ସାହୁଙ୍କ ସ୍ତ୍ରୀ କୁମୋଦିନି ସାହୁ, ପୁଅ ବଂଶୀଧର ସାହୁ ଓ ଝିଅ ସୁବର୍ଣ୍ଣ ମହାଜନ ଆଜି ଦିନ ୧୧ଟାରେ ଘର କବାଟ ବନ୍ଦ କରି କୀଟନାଶକ ପିଇ ଘରେ ଶୋଇପଡ଼ିଥିଲେ। କୌଣସି ସୂତ୍ରରୁ ପଡ଼ୋଶୀମାନେ ଖବର୍ ପାଇ ଏନେଇ ପୁଲିସକୁ ଖବର୍ ଦେଇଥିଲେ। ପୁଲିସ ଉକ୍ତ ଘରକୁ ପହଞ୍ଚି କବାଟ ଭାଙ୍ଗି ସମସ୍ତଙ୍କୁ ଉଦ୍ଧାର କରି ସୋହେଲା ହସ୍ପିଟାଲରେ ଭର୍ତ୍ତି କରିଥିଲା। ତିନି ଜଣଙ୍କ ମଧ୍ୟରୁ ବଂଶୀଧର ସାହୁଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ମାନସିକ ଚାପ ଗ୍ରସ୍ତ ହୋଇ ଏଭଳି ଉଦ୍ୟମ କରିଥିବା ସୂଚନା ମିଳିଛି। ଗତ ୬ ତାରିଖ ଦିନ ଘରର ମୁଖିଆ ଅର୍ଜୁନ ସାହୁଙ୍କ ରୋଗଗ୍ରସ୍ତ ଅବସ୍ଥାରେ ଦେହାନ୍ତ ପରେ ପୁରା ପରିବାର ଭାଙ୍ଗି ପଡ଼ିଥିଲେ ଓ ମାନସିକ ଚାପଗ୍ରସ୍ତ ହୋଇ ଏଭଳି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe