ପରିବାରର ୩ଜଣଙ୍କୁ ଦଳିଦେଲା ହାତୀ

Advertisment
ପରିବାରର ୩ଜଣଙ୍କୁ ଦଳିଦେଲା ହାତୀ

ବରଗଡ଼: ବରଗଡ଼ ଜିଲ୍ଲା ପାଇକମାଳ ବନାଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ହାତୀ ଆକ୍ରମଣରେ ଗୋଟିଏ ପରିବାରର ୩ ଜଣଙ୍କ ଜୀବନ ଚାଲିଯାଇଛି। ମୃତକ ହେଲେ; ଝାରବନ୍ଧ ବ୍ଲକ୍‌ ଅନ୍ତର୍ଗତ ଗୋଠୁଗୁଡ଼ା ପଞ୍ଚାୟତର ସଲଡ଼ିହି ଗାଁର ବିପିନ ବରିହାଙ୍କ ପତ୍ନୀ ପାନ ବରିହା (୨୮ ବର୍ଷ), ତାଙ୍କ ଝିଅ ସୁନନ୍ଦା ବରିହା (୧୧ ବର୍ଷ) ଓ ପୁଅ ଆଦିତ୍ୟ ବରିହା (୩ ବର୍ଷ)। ବିପିନ ଓ ତାଙ୍କ ୭ ବର୍ଷର ପୁଅ ମଣ୍ଟୁ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। ସେହି ଗାଁରେ ଆଉ ଜଣେ ନିଶାମଣି ବରିହା ଓରଫ୍‌ ଜଟିଆଙ୍କୁ ମଧ୍ୟ ହାତୀ ଦଳି ଦେଇଥିବାରୁ ସେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛନ୍ତି। ସୋମବାର ରାତି ପ୍ରାୟ ୧୨ଟା ରୁ ୧ଟା ଭିତରେ ୩ ଟିକିଆ ହାତୀପଲ ସଲଡିହି ଗାଁକୁ ଆସିଥିଲେ। ଧାନ ଖାଇବା ଉଦ୍ଦେଶ୍ୟରେ ବିପିନଙ୍କ ବାଡ଼ିପଟୁ ପ୍ରବେଶ କରିଥିଲେ। ସେହିସମୟରେ ଗରମ ଯୋଗୁ ବାଡ଼ିପଟେ ଶୋଇଥିଲେ ବିପିନଙ୍କ ପରିବାର ଏବଂ ଶୋଇଥିବା ଅବସ୍ଥାରେ ହାତୀପଲ ସେମାନଙ୍କୁ ଆକ୍ରମଣ କରିଥିଲେ। ବିପିନ ସାତବର୍ଷର ପୁଅଙ୍କୁ ଧରି ଘର ଭିତରକୁ ଦୌଡ଼ି ପଶିଯାଇଥିଲେ। ସେତେବେଳକୁ ବାହାରେ ମା’, ଝିଅ ଓ ପୁଅଙ୍କୁ ହାତୀ ଦଳିଦେଇ ସାରିଥିଲେ। ପରେ ହାତୀମାନେ ସେହି ଘରଠାରୁ ଅଧକିମି ଦୂର ଜଟିଆଙ୍କ ଘରପଟକୁ ଯାଇଥିଲେ। ଜଟିଆ ମଧ୍ୟ ଶୋଇଥିବା ଅବସ୍ଥାରେ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଥିଲେ। ହାତୀ ପଲ ଚାଲିଯିବା ପରେ ବିଳମ୍ବିତ ରାତିରେ ଗାଁ ଲୋକ ଆସି ସମସ୍ତଙ୍କୁ ଉଦ୍ଧାରକରି ପଦ୍ମପୁର ଡାକ୍ତରଖାନାକୁ ନେଇଥିଲେ। ପ୍ରାଥମିକ ଚିକିତ୍ସାପରେ ଆହତ ବିପିନ ଓ ମଣ୍ଟୁଙ୍କ ଛାଡ଼ିଦିଆ ଯାଇଥିଲା। ତେବେ, ପଦ୍ମପୁର ଡାକ୍ତରଖାନାରେ ନିଶାମଣିଙ୍କ ଚିକିତ୍ସା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe