କରୋନାରେ ଗୋଟିଏ ସେବାୟତ ପରିବାରର ୩ ମୁଣ୍ଡ ଗଡ଼ିଲା

Advertisment
କରୋନାରେ ଗୋଟିଏ ସେବାୟତ ପରିବାରର ୩ ମୁଣ୍ଡ ଗଡ଼ିଲା

ପୁରୀ : କରୋନା ମହାମାରୀ ଏବେ ସବୁଆଡ଼େ ଦୁଃଖ ପରେ ଦୁଃଖ ଦେଇଚାଲିଛି। ଭୁବନେଶ୍ବରରେ ପଦ୍ମ ବିଭୁଷଣ ରଘୁନାଥ ମହାପାତ୍ରଙ୍କ ଘରେ ତିନି ମୁଣ୍ଡ ଗଡ଼ିବା ପରେ ପୁରୀରେ ଏକ କୋଠଭୋଗ ସେବାୟତଙ୍କ ଘରେ ମଧ୍ୟ ତିନି ମୁଣ୍ଡ ଗଡ଼ିଛି। କରୋନା ସଂକ୍ରମିତ ପତ୍ନୀଙ୍କ ଦେହାନ୍ତର ୧୨ ଦିନରେ ଗତକାଲି ସ୍ବାମୀ ଏବଂ ଆଜି ଦେଢ଼ଶୁର କରୋନା ସଂକ୍ରମିତ ହୋଇ ମୃତ୍ୟୁବରଣ କରିଛନ୍ତି। ଏଭଳି ପରିସ୍ଥିତିରେ ତାଙ୍କ ଘରେ ଶୋକର ଛାୟା ଖେଳିଯାଇଛି। ଅନ୍ୟପଟେ ଆଜି ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କ ପୁଅ ମଧ୍ୟ କ‌ଟକର ଏକ ଘରୋଇ ଚିକିତ୍ସାଳୟରେ ଜୀବନ ସହିତ ସଂଗ୍ରାମ କରୁଛନ୍ତି।

ଖବର ନେବାରେ ଜଣାପଡ଼ିଛି ଯେ ଟାଉନ ଥାନା ଅନ୍ତର୍ଗତ ହରଚଣ୍ଡି ସାହି ମହାସୁଆର ସାହିର ଦାମୋଦର ଦିକ୍ଷିତ, ତାଙ୍କ ସାନ ଭାଇ ଗୋପୀ ଦିକ୍ଷିତଙ୍କ ପରିବାରର ୬ ଜଣ କରୋନା ଆକ୍ରାନ୍ତ ହୋଇଥିଲେ। ଗତ ୧୩ ଦିନ ପୂର୍ବେ ଗୋପୀ ଦିକ୍ଷିତଙ୍କ ପତ୍ନୀ କରୋନା ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିଲେ। ଗତକାଲି ତାଙ୍କର ୧୨ ପର୍ବରେ ସ୍ବାମୀ ଗୋପୀ ଦିକ୍ଷିତ ମଧ୍ୟ କରୋନା ସଂକ୍ରମିତ ହୋଇ ମୃତ୍ୟୁବରଣ କରିବା ପରେ ଆଜି ବଡ଼ଭାଇ ଦାମୋଦର ଦିକ୍ଷିତ ମଧ୍ୟ ଭୁବନେଶ୍ବରରେ ଏକ ଘରୋଇ ଚିକିତ୍ସାଳୟରେ ମୃତ୍ୟୁବରଣ କରିଛନ୍ତି। ଗତ ୧୩ ଦିନ ମଧ୍ୟରେ ଗୋଟିଏ ପରିବାରର ତିନି ମୁଣ୍ଡ ଗଡ଼ିଥିବା ଜଣାପଡ଼ିଛି। ସେହିପରି ଦାମୋଦରଙ୍କ ପୁଅ ମଧ୍ୟ କରୋନା ଆକ୍ରାନ୍ତ ହୋଇ କଟକସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। ଏହି ଘଟଣା ଏବେ ସେବାୟତ କୂଳ‌ରେ ଶୋକର ଛାୟା ଖେଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe