କଟକ ବଡ଼ଡ଼ାକ୍ତରଖାନାରେ ରୋଗୀଙ୍କୁ ଦୁଷ୍କର୍ମ: ଡିଏମଇଟିର ୩ଜଣିଆ ଟିମ୍ ଆରମ୍ଭ କଲେ ତଦନ୍ତ

Advertisment
ଅସୁରକ୍ଷିତ ଏସ୍‌ସିବି ରେକର୍ଡ ରୁମ୍‌: ୪୦ ବର୍ଷ ହେଲା ଆଜବେଷ୍ଟସ ଘରେ ଗଦା ହେଉଛି ରେକର୍ଡ

Sambad

କଟକ: ଏସ୍‌ସିବିରେ ରୋଗୀଙ୍କୁ ଦୁଷ୍କର୍ମ ଘଟଣାରେ ତଦନ୍ତ ପାଇଁ ସ୍ୱାସ୍ଥ୍ୟ ବିଭାଗର ଟିମ୍ ପହଞ୍ଚିଛନ୍ତି। ଗତକାଲି ତଦନ୍ତ ନିର୍ଦ୍ଦେଶ ପରେ ଆଜି ଏସସିବିରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଡିଏମଇଟି ସନ୍ତୋଷ ମିଶ୍ର ଅଧ୍ୟକ୍ଷତାରେ ଏହି କମିଟିରେ ଯୁଗ୍ମ ଡିଏମଇଟି ରୋମା ରତନ ଓ ଏସସିବି ଅଧୀକ୍ଷକ ସୁଧାଂସୁ ମିଶ୍ର ରହିଛନ୍ତି। ଏହି ଟିମ ମେଡିକାଲ କଲେଜରେ ପହଁଚି ତଦନ୍ତ କରିବା ସହ ଏସସିବି ସୁପରିଟେଣ୍ଡେଣ୍ଟ ଓ ଏସସିବି ମେଡିକାଲ କଲେଜ ଡିନ ପ୍ରିନସିପାଲଙ୍କ ସହ ଆଲୋଚନା କରିଛନ୍ତି।

ତଦନ୍ତ କମିଟିର ସୂଚନା ପରେ ଅଭିଯୁକ୍ତ ଡାକ୍ତରଙ୍କୁ ନିଲମ୍ବନ କରାଯିବ କି ନାହିଁ ସୂଚନା ଦିଆଯିବ ବୋଲି ଟିମ ପକ୍ଷରୁ କୁହାଯାଇଛି। ପ୍ରିଲିମିନାରି ରିପୋର୍ଟ୍ ସରକାରଙ୍କୁ ପ୍ରଦାନ କରାଯିବ। କାର୍ଡିଓଲୋଜି ବିଭାଗର ମୁଖ୍ୟ, ପ୍ରଫେସର ଓ ଉପସ୍ଥିତ ଥିବା ସମସ୍ତ କର୍ମଚାରୀଙ୍କୁ ପଚାର ଉଚରା କରାଯିବ। ଏସ ଓ ପି ପାଳନ ହୋଇଥିଲା ନା ନାହିଁ ତାହାର ଅନୁଧ୍ୟାନ କରାଯିବ। ଆଗାମୀ ଦିନରେ ଏଭଳି ଘଟଣାର ଯେମିତି ପୁନରାବୃତ୍ତି ନ ହୁଏ ସେଥିପାଇଁ ପ୍ରୋଟୋକଲ୍ ପ୍ରସ୍ତୁତ ହେବା ନେଇ ସୂଚନା ଦେଇଛନ୍ତି ଡିଏମଇଟି ପ୍ରଫେସର ଡାକ୍ତର ସନ୍ତୋଷ କୁମାର ମିଶ୍ର।

କଟକ ବଡ଼ଡାକ୍ତରଖାନା ହୃଦରୋଗ ବିଭାଗକୁ ଗତ ରବିବାର ଜଣେ ପିଜି ଦ୍ବିତୀୟ ବର୍ଷ ଡାକ୍ତରୀ ଛାତ୍ର ତାଙ୍କ ମା’ ଓ ମାଇଁଙ୍କୁ ଚିକିତ୍ସା ପାଇଁ ଆଣିଥିଲେ। ଉଭୟ ହୃଦ୍‌ରୋଗରେ ଆକ୍ରାନ୍ତ ଥିଲେ। ସେଦିନ ଛୁଟି ଥିବାରୁ ବିଭାଗ ଏକପ୍ରକାର ଖାଲିଥିଲା। ଡାକ୍ତର ଦିଲବର ସିଂହ ଠାକୁର ସେମାନଙ୍କୁ ଇକୋ ରୁମକୁ ନେଇ ଯାଇଥିଲେ। ଅନ୍ୟ କୌଣସି କର୍ମଚାରୀ ସେଠାରେ ନଥିବା ବେଳେ ଦିଲବର ସେମାନଙ୍କର ପରୀକ୍ଷା ଆଳରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏସସିବି ମେଡିକାଲ କଲେଜ ପରିସରରେ ଦୁଇ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଡାକ୍ତର ଦିଲବର ସିଂହ ଠାକୁରଙ୍କୁ ଗିରଫ କରାଯାଇଛି। ମଙ୍ଗଳାବାଗ ଥାନା ପୁଲିସ ଗିରଫ କରି ତାଙ୍କୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe