ରାଜ୍ୟସ୍ତରୀୟ ଉତ୍କଳ ଦିବସ ଉତ୍ସବରେ ୩ ମନ୍ତ୍ରୀ ଅତିଥି, ଜିଲ୍ଲା ସ୍ତରୀୟ ଉତ୍ସବ ପାଇଁ ଅତିଥିଙ୍କ ନାମ ଚୂଡ଼ାନ୍ତ

Advertisment
ଉତ୍କଳ ଦିବସ ପୂର୍ବରୁ ରଂଗୀନ ଆଲୋକମାଳାରେ ଝଲସୁଛି କମିସନରେଟ୍‌ ପୁଲିସର କାର୍ଯ୍ୟାଳୟ। (ଫଟୋ: ବିଭୂତି, ଭୁବନେଶ୍ବର))

ଭୁବନେଶ୍ବର: ଏପ୍ରିଲ୍ ୧ ତାରିଖରେ ସରକାରୀ ସ୍ତରରେ ରାଜ୍ୟ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ ଉତ୍କଳ ଦିବସ ପାଳନ ହେବ। ଏହି କାର୍ଯ୍ୟକ୍ରମ ପାଇଁ ଅତିଥିଙ୍କ ନାମ ଚୂଡ଼ାନ୍ତ ହୋଇଛି। ଭୁବନେଶ୍ବରରେ ହେବାକୁ ଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ତିନି ଜଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ରଘୁନନ୍ଦନ ଦାସ ଓ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଅତିଥି ଭାବେ ଯୋଗ ଦେବେ। ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ କୁମାର ରାଉତ ଏଥିରେ ଉପସ୍ଥିତ ରହିବେ। କଟକରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ଉତ୍କଳ ଦିବସ କାର୍ଯ୍ୟକ୍ରମରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଅତିଥି ଭାବେ ଯୋଗ ଦେବେ।

ସମସ୍ତ ମନ୍ତ୍ରୀ ବିଭିନ୍ନ ଜିଲ୍ଲାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେବେ। ବାଲେଶ୍ବରରେ ସୁଦାମ ମାର୍ଣ୍ଡି, ବରଗଡ଼ରେ ପ୍ରେମାନନ୍ଦ ନାୟକ, ବଲାଙ୍ଗୀରରେ ଟୁକୁନି ସାହୁ, ଦେବଗଡ଼ରେ ସୁଶାନ୍ତ ସିଂହ, ଢେଙ୍କାନାଳରେ ଅରୁଣ କୁମାର ସାହୁ, ଗଜପତିରେ ପଦ୍ମିନୀ ଦିଆନ, ବ୍ରହ୍ମପୁରରେ ପ୍ରଫୁଲ୍ଲ ମଲ୍ଲିକ, କଳାହାଣ୍ଡିରେ ନବକିଶୋର ଦାସ, କେନ୍ଦୁଝରରେ ସମୀର ରଞ୍ଜନ ଦାଶ, ମାଲକାନଗିରିରେ ଜଗନ୍ନାଥ ସାରକା, ମୟୂରଭଞ୍ଜରେ ପ୍ରତାପ ଜେନା, ପୁରୀରେ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ରାଉରକେଲାରେ ଦିବ୍ୟଶଙ୍କର ମିଶ୍ର, ସମ୍ବଲପୁରରେ ପଦ୍ମନାଭ ବେହେରା ଓ ସୁବର୍ଣ୍ଣପୁରରେ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେବେ।

ଏହା ବାଦ୍ ଅନୁଗୁଳ, ଭଦ୍ରକ, ବୌଦ୍ଧ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କୋରାପୁଟ, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ରାୟଗଡ଼ା ଓ ସୁନ୍ଦରଗଡ଼ରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ଉତ୍କଳ ଦିବସ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷମାନେ ଅତିଥି ଭାବେ ଯୋଗ ଦେବେ। ନୂଆଦିଲ୍ଲୀର ଉତ୍କଳ ଦିବସ କାର୍ଯ୍ୟକ୍ରମରେ ପ୍ରମୁଖ ଆବାସିକ କମିସନର୍‌ ମୁଖ୍ୟ ଅତିଥି ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe