ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ: ଗୋଧସ୍‌ ଜଳପ୍ରପାତରେ ୩ ନିଖୋଜ

Advertisment

ନାଳକୁ ଗାଧୋଇବାକୁ ଯାଇ ଯୁବକ ନିଖୋଜ

ନାଳକୁ ଗାଧୋଇବାକୁ ଯାଇ ଯୁବକ ନିଖୋଜ

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ: ଗୋଧସ୍‌ ଜଳପ୍ରପାତରେ ୩ ନିଖୋଜ

ନୂଆପଡ଼ା : ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ନୂଆପଡ଼ା ସଦର ବିଦେଶୀ ମଦ ଦୋକାନର ୩ ଜଣ କର୍ମଚାରୀ ନିଖୋଜ ହୋଇଯାଇଛନ୍ତି। ସେମାନେ ହେଲେ ମଦ ଦୋକାନର ‌ମ୍ୟାନେଜର ନିଲେଶ ସିଂହ (୩୩) , କର୍ମଚାରୀ ଅମିତ ଗୁପ୍ତା (୨୫) ଓ ରାଜକୁମାର ଗୁପ୍ତା (୨୪ )। ନୂଆପଡ଼ା ରେଲୱ ଷ୍ଟେସନ୍‌ ଯିବା ରାସ୍ତାରେ ଥିବା ଏହି ବିଦେଶୀ ମଦ ଦୋକନର ୬ ଜଣ କର୍ମଚାରୀ ସୁନାବେଡ଼ା ଅଭୟାରଣ୍ୟ ଗୋଧସ୍ ଜଳପ୍ରପାତକୁ ଏକ ଗାଡ଼ିରେ ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଯାଇଥିଲେ। ୩ ଜଣ ବାହାରେ ଥିବାବେଳେ ଅନ୍ୟ ୩ ଜଣ ପାଣି ଭିତରକୁ ମୂର୍ତ୍ତି ବିସର୍ଜନ ପାଇଁ ଯାଇଥିଲେ। ବହୁ ସମୟ ପର୍ଯ୍ୟନ୍ତ ସେମାନେ ନଫେରିବାରୁ ଅନ୍ୟ ୩ ଜଣ ଜଳପ୍ରପାତ ନିକଟକୁ ଯାଇ ବହୁ ଖୋଜାଖୋଜି କଲା ପରେ ନିରାଶ ହୋଇଥିଲେ। ଏ ସମ୍ପର୍କରେ ଧରମବନ୍ଧା ଥାନାରେ ଅଭିଯୋଗ ପରେ ସ୍ଥାନୀୟ ପୁଲିସ ଓ ନୂଆପଡ଼ା ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ସନ୍ଧ୍ୟା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା। ଶୁକ୍ରବାର ସକାଳେ ପୁନର୍ବାର ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ ବୋଲି ଧରମବନ୍ଧା ଥାନା ଅଧିକାରୀ ସଂଯୁକ୍ତା ବାର୍ଲା ସୂଚନା ଦେଇଛନ୍ତି। ଗତବର୍ଷ ମଧ୍ୟ ଏଠାରେ ଜଣେ ଯୁବକ ବୁଡ଼ିଯାଇ ପ୍ରାଣ ହରାଇଥିଲେ।

ନାଳକୁ ଗାଧୋଇବାକୁ ଯାଇ ଯୁବକ ନିଖୋଜ
ପାତ୍ରପୁର : ଜରଡ଼ା ଥାନା ବି.ନୂଆଗାଁ ପଞ୍ଚାୟତ ପମଗାଁ ଗ୍ରାମର କେ.ତେଜା (୩୦) ନାମକ ଜଣେ ଯୁବକ ପଦ୍ମତୋଳା ନାଳକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଛନ୍ତି।

ଗତକାଲି ସନ୍ଧ୍ୟାରେ ଗ୍ରାମ ଦେଇ ଯାଇଥିବା ଏହି ନାଳକୁ ତେଜା ଗାଧୋଇବାକୁ ଯାଇ ଆଉ ଘରକୁ ଫେରି ନଥିଲେ। ହିଡ଼ରେ ତାଙ୍କ ମୋବାଇଲ୍‌, ପୋଷାକ ଓ ଗାଡ଼ି ଚାବିଥିବାରୁ ସେ ଭାସିଯାଇଥିବା ଆଶଙ୍କା କରି ପାତ୍ରପୁର ଦମକଳ ବାହିନୀକୁ ସୂଚନା ଦିଆଯାଇଥିଲା। ଗତକାଲି ରାତିରେ ଦମକଳବାହିନୀ ଓ ଗ୍ରାମବାସୀ ମିଳିତ ଭାବେ ସନ୍ଧାନ କାର୍ଯ୍ୟ କରିଥିଲେ ବି ତେଜାଙ୍କୁ ଠାବ କରାଯାଇପାରିନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe