୩ ମାସର ଆଗୁଆ ରାସନ୍ ଦେବାରେ ଓଡ଼ିଶା ଅଗ୍ରଣୀ: ଯୋଗାଣ ମନ୍ତ୍ରୀ

Advertisment
ଏନ୍‌ଏଫ୍‌ଏସ୍‌ଏରେ ୩.୭୬ କୋଟି ହିତାଧିକାରୀ ସାମିଲ

Mint

ଭୁବନେଶ୍ବର : କରୋନା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନି‌ର୍ଦ୍ଦେଶକ୍ରମେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ କାର୍ଡଧାରୀମାନଙ୍କୁ ଆଗୁଆ ୩ ମାସର ରାସନ୍ ସାମଗ୍ରୀ ଏକକାଳୀନ ଯୋଗାଇ ଦିଆଯାଇଛି। ସାରା ଦେଶରେ ଏକକାଳୀନ ଅଗ୍ରୀମ ୩ ମାସର ରାସନ୍ ସାମଗ୍ରୀ ଯୋଗାଇ ଦେବାରେ ଓଡ଼ିଶା ଅଗ୍ରଣୀ ଭୂମିକା ଗ୍ରହଣ କରିଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି।

ମନ୍ତ୍ରୀ କହିଛନ୍ତି, ଲକ୍‌ଡାଉନ୍ ବଳବତ୍ତର ଥିଲା ବେଳେ ଲୋକଙ୍କ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନୀ ଓ ଯୋଗାଣକୁ ସୁଗମ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ଗଠିତ ସଚିବ ସ୍ତରୀୟ କମିଟି ପ୍ରତ୍ୟେକ ସ୍ତରରେ ୨୪ ଘଣ୍ଟିଆ ତଦାରଖ କରୁଛି। ଏହା ଦ୍ବାରା ରାଜ୍ୟର ଖାଉଟିମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ସହଜରେ ଉପଲବ୍ଧ ହୋଇପାରୁଛି।

ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀମାନଙ୍କୁ ଏପ୍ରିଲ, ମେ ଓ ଜୁନ୍ ମାସର ରାସନ୍ ସାମଗ୍ରୀ ଯୋଗାଇ ଦିଆଯାଇଛି। ରାଜ୍ୟର ୩୦ଟି ଜିଲ୍ଲା ପାଇଁ ଆବଣ୍ଟିତ ସମସ୍ତ ୫.୬୫ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଓ ଗହମ ଉଠାଯାଇ ସୁଲଭ ମୂଲ୍ୟ ଦୋକାନଗୁଡ଼ିକୁ ଯୋଗାଇ ଦିଆଯାଇଛି। ଆଜି ସୁଦ୍ଧା ରାଜ୍ୟର ମୋଟ ୮୮ ଲକ୍ଷ ୭୧ ହଜାର ୬୧୪ ଜଣ କାର୍ଡଧାରୀଙ୍କୁ ଆଗୁଆ ତ୍ରୈମାସିକ ରାସନ୍ ଯୋଗାଇ ଦିଆଯାଇଛି, ଯା‌ହା ମୋଟ୍ ରାସନ୍ କାର୍ଡଧାରୀଙ୍କ ସଂଖ୍ୟାର ୯୪.୭ ପ୍ରତିଶତ। ସେହିପରି ରାସନ୍ କାର୍ଡଧାରୀ ପିଛା ନଗଦ ରିଲିଫ୍ ଆକାରରେ ଏକ ହଜାର ଟଙ୍କା ଯୋଗାଇ ଦିଆଯାଉଛି। ଆଜି ପର୍ଯ୍ୟନ୍ତ ଏହି ବାବଦରେ ୯୧ ଲକ୍ଷ ୧ ହଜାର ୭୪୩ ଜଣ କାର୍ଡଧାରୀଙ୍କୁ ମୋଟ ୯୧୦ କୋଟି ୧୭ ଲକ୍ଷ ୪୩ ହଜାର ଟଙ୍କା ବଣ୍ଟନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe