ରାଜଧାନୀ‌ରେ ପୁଣି ଶିଶୁ ବିକ୍ରି ! ଉଦ୍ଧାର କଲା ଚାଇଲ୍ଡ ଲାଇନ୍

Advertisment

ଦିଲ୍ଲୀରେ ବିବାହ ପ୍ରଲୋଭନ ଦେଖାଇ ଶିଶୁପୁତ୍ରକୁ କିଣି ନେଲା ସଫେଇ କର୍ମଚାରୀ

ଦିଲ୍ଲୀରେ ବିବାହ ପ୍ରଲୋଭନ ଦେଖାଇ ଶିଶୁପୁତ୍ରକୁ କିଣି ନେଲା ସଫେଇ କର୍ମଚାରୀ

ଗବେଷଣା ପାଇଁ ୧୦ ବର୍ଷ ଶିଶୁର ଶରୀର ଦାନ କଲେ ପିତାମାତା

Representation image

ଭୁବନେଶ୍ୱର: ପୁଣି ରାଜଧାନୀରେ ଶିଶୁବିକ୍ରି ଅଭିଯୋଗ। ସୂଚନା ଅନୁସାରେ ସାଲିଆସାହି ଗଣପତି ନଗରର ଜଣେ ଯୁବତୀ ଗତ ୩ ମାସ ତଳେ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ। ତାଙ୍କୁ ଦିଲ୍ଲୀରେ ବିବାହ କରାଇବାର ପ୍ରଲୋଭନ ଦେଖାଇ ୬ ହଜାର ଟଙ୍କା ଦେଇ ଶିଶୁପୁତ୍ରକୁ ଜଣେ ସଫେଇ କର୍ମଚାରୀ କିଣି ନେଇଥିଲେ ବୋଲି ଅଭିଯୋଗ ହୋଇଛି । ଏହି ଖବର ପାଇ ଚାଇଲ୍ଡ ଲାଇନର ସଦସ୍ୟମାନେ ପିଲାଟିକୁ ଉଦ୍ଧାର କରିଛନ୍ତି। ସେମାନେ ନୟାପଲ୍ଲୀ ପୁଲିସ ସହ ମିଶି ବିଭିନ୍ନ ବସ୍ତି ଅଚଂଳରେ ଚଢ଼ଉ କରିବା ପରେ ଶିଶୁପୁତ୍ରକୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି।

ତେବେ ପୁଲିସ୍ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଶିଶୁକୁ ବିକ୍ରି କରାଯାଇ ନାହିଁ। ଶିଶୁର ମା’ ପିଲାକୁ ଲାଳପାଳନ କରିବାରେ ଅସମର୍ଥ ଥିବାରୁ ସମ୍ପର୍କୀୟକୁ ଶିଶୁକୁ ଦେଇଥିବା ସୂଚନା ଦେଇଛନ୍ତି। ତେବେ ଏ ଭିତରେ ଷ୍ଟାମ୍ପ ପେପରେ ଏକ ଏଗ୍ରିମେଣ୍ଟ କରାଯାଇ ଶିଶୁକୁ ହସ୍ତାନ୍ତର କରାଯାଇଥିବା ସୂଚନା ସାମ୍ନାକୁ ଆସୁଛି। ଏଭଳି ଏଗ୍ରିମେଣ୍ଟ ହୋଇଥିବା ହେତୁ ଶିଶୁ ବିକ୍ରି ହୋଇଥିବା ସନ୍ଦେହ ଦୃଢ଼ୀଭୂତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe