ଭିସୁଟ୍‌ର ୨ ସମେତ ଆଉ ୩ କୋଭିଡ୍ ଆକ୍ରାନ୍ତ

Advertisment
ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପାଇଁ କୋଭିଡ ଟିକା ପ୍ରକ୍ରିୟା ତ୍ବରାନ୍ବିତ ହେଉଛି: ୟେଚୁରୀ

(Photo | PTI)

ସମ୍ବଲପୁର: ୩ ଜଣ ନୂଆ ପଜିଟିଭ୍‌ ମାମଲାର ଘୋଷଣା ସହ ସମ୍ବଲପୁର ଜିଲ୍ଲାରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦୮ରେ ପହଞ୍ଚିଛି। ଗୁରୁବାର ଘୋଷିତ ୩ ଜଣଙ୍କ ମଧ୍ୟରୁ ୨ ଜଣ ଭିସୁଟ୍‌ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା ଜଣା ପଡ଼ିଛି। ଉଭୟ ୫୦ ବର୍ଷୀୟ ପୁ‌ରୁଷ। ଜଣେ ଭିସୁଟ୍‌ର ଲାବୋରାଟାରି ଆଟେଣ୍ଡାଣ୍ଟ ଓ ଅନ୍ୟ ଜଣେ ବୁର୍ଲାର ତେଜରାତି ଦୋକାନୀ ବୋଲି ଜଣା ପଡ଼ିଛି। ସେହିପରି ଅମ୍ଫାନ୍‌ ସମୟରେ କୋଲକାତା ଯାଇଥିବା ବୁର୍ଲା ଅଗ୍ନିଶମ ବିଭାଗର ଜଣେ କର୍ମଚାରୀ ଆକ୍ରାନ୍ତ ହୋଇଥିବା ନେ‌ଇ ବୁଧବାରଠୁ ଜଣା ପଡ଼ିଥିବାବେଳେ ଗୁରୁବାର ତାଙ୍କ ସଂପର୍କରେ ମଧ୍ୟ ସରକାରୀଭାବେ ଘୋଷଣା କରାଯାଇଛି। ଏଥି ସହ ସମ୍ବଲପୁର ମହାନଗର ଅଞ୍ଚଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହୋଇଛି। ସେଥି ମଧ୍ୟରୁ ଭିସୁଟ୍‌ ଓ ବୁର୍ଲାର ୧୩ ଜଣ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe