ଭୁବନେଶ୍ବର : ଅଗଷ୍ଟ ଶେଷ ସପ୍ତାହରେ ହେବାକୁ ଥିବା ଦ୍ବିତୀୟ ତଥା ସ୍ବତନ୍ତ୍ର ଓଜେଇଇରେ ଏମ୍.ଟେକ୍, ଏମ୍.ଆର୍କ ଓ ଏମ୍. ପ୍ଲାନ୍ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ଛାତ୍ରଛାତ୍ରୀଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ କହିଛନ୍ତି। ଶ୍ରୀ ଚାନ୍ଦଙ୍କ କହିବାନୁଯାୟୀ ଉକ୍ତ ପାଠ୍ୟକ୍ରମରେ ନାମ ଲେଖାଇବା ଲାଗି ବହୁ ଛାତ୍ରଛାତ୍ରୀ ଆଗ୍ରହ ପ୍ରକାଶ କରିଥିଲେ ମଧ୍ୟ ଓଜେଇଇ-୨୦୨୨ରେ ଭାଗ ନେଇପାରି ନ ଥିଲେ। ସେମାନଙ୍କ ଆଗ୍ରହକୁ ନଜରରେ ରଖି ପୁଣିଥରେ ସୁଯୋଗ ଦିଆଯାଇଛି। ଆଗ୍ରହୀ ଛାତ୍ରଛାତ୍ରୀ ଆସନ୍ତା ୧୪ ତାରିଖ ସୁଦ୍ଧା ଓଜେଇଇ ୱେବସାଇଟ୍ରେ ଆବେଦନ କରିପାରିବେ। ଫି’ ଦାଖଲ କରିବାର ଶେଷ ସମୟ ସୀମା ଅଗଷ୍ଟ ୧୬ ରଖାଯାଇଛି। ଛାତ୍ରଛାତ୍ରୀ ଇନ୍ଫରର୍ମେସନ ବ୍ରୋଚରକୁ ଭଲ ଭାବେ ପଢ଼ିବା ପରେ ଅନ୍ଲାଇନ୍ରେ ଫର୍ମ ପୂରଣ କରିବାକୁ ପରାମର୍ଶ ଦିଆଯାଇଛି।
ସ୍ବତନ୍ତ୍ର ଓଜେଇଇରେ ସାମିଲ ହେବ ଆଉ ୩ ପାଠ୍ୟକ୍ରମ
Advertisment
Follow Us