୩ ନକ୍ସଲ ଗିରଫ

Advertisment
୩ ନକ୍ସଲ ଗିରଫ

ମାଲକାନଗିରି : ସୀମାନ୍ତ ଛତିଶଗଡର ଦନ୍ତେୱାଡା ଜିଲ୍ଲା ପୁଲିସ ଆଜି ତିନି ଜଣ ନକ୍ସଲକୁ ଗିରଫ କରିଛି। ବିଶେଷ ସୂତ୍ରରୁ ଖବର ପାଇ କଟେକଲ୍ୟାଣ ଥାନା ଅନ୍ତର୍ଗତ ଲାଖପାଲ ଜଂଗଲରେ ଜିଲ୍ଲା ପୁଲିସ ଓ ସିଆରପିଏଫ ଯବାନ ମିଳିତ କୁମ୍ବିଂ କରୁଥିବା ବେଳେ ତିନି ଜଣ ନକ୍ସଲ ଦୌଡି ପଳାଇବାକୁ ଚେଷ୍ଟା କରୁଥିଲେ। ଯବାନମାନେ ସେମାନଙ୍କୁ ଘେରା ବନ୍ଦୀ କରି କାବୁ କରିଥିଲେ। ପରେ ପଚରାଉଚରା କରାଯାଇଥିଲା। ଏମାନେ ଦନ୍ତେୱାଡା ଏରିଆ କମିଟିର ସଦସ୍ୟ ବୋଲି ଜଣାପଡିଥିଲା।

ଗତ ଡିସେମ୍ବର ୨୯ ତାରିଖରେ ସଡକ କାମରେ ନିୟୋଜିତ ଥିବା ୭ଟି ଗାଡିକୁ ପୋଡି ଦେଇଥିଲେ। ସେହିପରି ବହୁ ନକ୍ସଲ ହିଂସାରେ ସାମିଲ ଥିବା ପୁଲିସ କହିଛି। ଗିରଫ ନକ୍ସଲମାନେ ହେଲେ ବାମନ ମାଣ୍ଡବି, ଗୁଡ୍ଡି ମାଣ୍ଡବି ଏବଂ ନୁରେ ମାଣ୍ଡବି। ବାମନ ମାଣ୍ଡବି ନାମରେ ଛତିଶଗଡ ସରାକର ୧ଲକ୍ଷ ଟଂକା ପୁରସ୍କାର ରାଶି ଘୋଷଣା କରିଥିଲେ। ତିନି ଜଣ ଯାକ ଜନମିଲିସିଆ କମାଣ୍ଡର ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe