ତୁଳସୀ ପାହାଡ଼ରେ ଏନକାଉଣ୍ଟର, ୩ ନକ୍ସଲ ମୃତ

ତୁଳସୀ ପାହାଡ଼ରେ ଏନକାଉଣ୍ଟର, ୩ ନକ୍ସଲ ମୃତ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ଥିବା ତୁଳସୀ ପାହାଡରେ ଆଜି ନକ୍ସଲ ଏବଂ ପୁଲିସ ମଧ୍ୟରେ ଗୁଳି ବିନିମୟ ଘଟଛି। ଏହି ଏନ୍‌କାଉଣ୍ଟରରେ ୩ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ଏବଂ ବହୁ ପରିମାଣର ବିସ୍ଫୋରକ ଏବଂ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା। ସୂଚନା ମିଳିଛି। ତୁଳସୀ ପାହାଡ଼ରେ ନକ୍ସଲ ଶିବିର ଥିବା ସଂପର୍କରେ ସୂଚନା ପାଇ ପୁଲିସ ଚଢ଼ାଉ କରିଥିଲା ବୋଲି ଏସପି ଅଭିଷେକ ମୀନା କହିଛନ୍ତି।

ଏସପି କହିଛନ୍ତି ଯେ ତୁଳସୀ ପାହାଡ଼ରେ କିଛି ନକ୍ସଲ କ୍ୟାମ୍ପ କରି ଯୋଜନା ପ୍ରସ୍ତୁତ କରୁଥିବା ସଂପର୍କରେ ସୂଚନା ମିଳିବା ପରେ ଜିଲ୍ଲା ପୋଲିସ ସମେତ ସିଆରପିଏଫ,ଡିଆରଜି ଯବାନ ଏହି ଅଂଚଳକୁ କମ୍ବିଂ ପାଇଁ ଯାଇଥିଲେ। ଏଠାରେ ପ୍ରାୟ ୩୦ ମିନିଟ ଧରି ଗୁଳି ବିନିମୟ ଘଟିଥିଲା। ତେବେ ନକ୍ସଲ ପୋଲିସ ଗୁଳିର ସାମ୍ନା କରିନପାରି ପଛଘୁଞ୍ଚା ଦେଇଥିଲେ। ଏହି ଏନକାଉଣ୍ଟରରେ ୩ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା ସୂଚନା ମିଳୁଥିବା ବେଳେ ବହୁ ନକ୍ସଲ ଆହତ ହୋଇଥିବା ଖବର ମିଳିଛି। ତେବେ କମ୍ବିଂ ଜାରି ରହିଥିବାରୁ ସଠିକ୍‌ ରିପୋର୍ଟ ଯବାନମାନେ ଫେରିବା ପରେ ହିଁ ଜଣାପଡିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe