ମାଲକାନଗିରି: ସୀମାନ୍ତ ସୁକମା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ମହିଳା ନକ୍ସଲ ସମେତ ୩ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ପୁଲିସ ତରଫରୁ ଆରମ୍ଭ କରାଯାଇଥିବା ଆତ୍ମନିର୍ଭରଶୀଳ ନୀତି ଏବଂ ଘରକୁ ଫେରିଆସ ଯୋଜନାରେ ନକ୍ସଲ ପ୍ରଭାବିତ ହୋଇ ଆତ୍ମସମର୍ପଣ କରୁଛନ୍ତି। ଏଥିସହ ଦୁର୍ଗମ ନକ୍ସଲ ପ୍ରବଣ ଅଂଚଳରେ ପୁଲିସ କ୍ୟାମ୍ପ ଖୋଲାଯିବାରୁ ମଧ୍ୟ ନକ୍ସଲ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆଗ୍ରହ ଦେଖାଉଛନ୍ତି।

Advertisment

ଏହି ଖବର ପଢ଼ନ୍ତୁ: ଖୁଣ୍ଟରେ ଘଣ୍ଟି, କୁଡିଆରେ ବିଦ୍ୟାଳୟ

ମାଲକାନଗିରି ସମମେ ସୀମାନ୍ତ ଜିଲ୍ଲାଗୁଡ଼ିକରେ ଦିନକୁ ଦିନ ମାଓ ଦୁର୍ଗ ଭୁଶୁଡ଼ିବାରେ ଲାଗିଛି। ସୁରକ୍ଷା ବ୍ୟବସ୍ଥା ମଜବୁତ ଓ ବିକାଶମୂଳକ କାମରେ ଆକର୍ଷିତ ହୋଇ ନକ୍ସଲ ନେତାମାନେ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆଗେଇ ଆସୁଛନ୍ତି। ଆତ୍ମସମର୍ପଣ କରୁଥିବା ନକ୍ସଲମାନଙ୍କୁ ସରକାର ବିଭିନ୍ନ ଯୋଜନାରେ ସାମିଲ କରାଉଛନ୍ତି।  

ଏହି ଖବର ପଢ଼ନ୍ତୁ: ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସବୁବେଳେ ସମର୍ଥନ ଦେଇ ଆସୁଛି

ଆଜି ଆତ୍ମସମର୍ପଣ କରିଥିବା ନକ୍ସଲମାନେ ହେଲେ କୁମାରୀ ସୋଡି ଅରଫ ଅନିତା(୩୦), ମାଡବୀ କୋସା ଅରଫ ବିସି(୫୫) ଏବଂ ମାଡକମ ଦେବା(୩୩)। ଅନିତା ନାମରେ ସରକାର ୨ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। ଏମାନେ ପୁଲିସ ଉପରେ ଆକ୍ରମଣ କରିବା, ଜଂଗଲରେ ସ୍ପାଇକ ହଲ ତିଆରି କରିବା, ବୋମା ଖଞ୍ଜିବା, ମୁଖ୍ୟ ରାସ୍ତା ଖୋଳି ସେଥିରେ ଲ୍ୟାଣ୍ଡମାଇନ ଲଗାଇବା, ପୋଷ୍ଟର ଓ ବ୍ୟାନର ମାରିବା ଭଳି କାମ କରୁଥିଲେ।

ଏହି ଖବର ପଢ଼ନ୍ତୁ: ମହିଳା ମାଓବାଦୀକୁ ଗିରଫ

ତେବେ ଆଜି ସୁକମାରେ ନକ୍ସଲ ବନ୍ଦ ଡାକରା ଦେଇଥିବା ବେଳେ ପୁଲିସ ନିକଟରେ ସଂଗଠନର ଆଗଧାଡିର ନକ୍ସଲ ଆତ୍ମସମର୍ପଣ କରି ସଂଗଠନକୁ ଉଚିତ ଜବାବ ଦେଇଛନ୍ତି। ନକ୍ସଲ ସଂଗଠନକୁ ମୂଳତ୍ପାଟନ କରିବା ନେଇ ପୁଲିସ ଯେଉଁ ଅଭିଯାନ ଆରମ୍ଭ କରିଛି ସେଥିରେ ସଫଳ ହେଉଥିବା ଲକ୍ଷ୍ୟ କରାଯାଇଛି। ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କୁ ଥଇଥାନ କରାଯିବା ସହ ଆର୍ଥିକ ରାଶି ପ୍ରଦାନ କରାଯାଇଥିଲା। ସଂଗଠନରେ ଚାଲିଥିବା ଭେଦଭାବ ଏବଂ ନିର୍ଯାତନା ସହ୍ୟ କରିନପାରି ସଂଗଠନ ଛାଡିଥିବା ଏମାନେ କୁହନ୍ତି। ଏମାନଙ୍କ ଠାରୁ ପୁଲିସ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଥିବା ଜଣାପଡିଛି।

ଏହି ଖବର ପଢ଼ନ୍ତୁ: ଦେଶର ସୁରକ୍ଷା ପାଇଁ ଭୁବନେଶ୍ବରରେ ଆଲୋଚନା