ମାଲକାନଗିରି: କିଛି ବର୍ଷ ପୂର୍ବରୁ ନକ୍ସଲ ପ୍ରବଣ ମାଲକାନଗିରିରେ ଯେଭଳି ଶିକ୍ଷା ବ୍ୟବସ୍ଥା ଥିଲା। ଏବେ ସୀମାନ୍ତ ଛତିଶଗଡ଼ର ନକ୍ସଲ ପ୍ରବଣ ଦନ୍ତେୱାଡା ଜିଲ୍ଲାର ଦୁର୍ଗମ ଅଂଚଳରେ ଦେଖିବାକୁ ମିଳିଛି। ନକ୍ସଲ ପ୍ରବଣ ଅଂଚଳରେ ବିଦ୍ୟାଳୟ ଗୃହ ନଥିବାରୁ କୁଡିଆରେ ବିଦ୍ୟାଳୟ ଚାଲିଥିବା ଦେଖିବକୁ ମିଳିଛି। ଏହି ବିଦ୍ୟାଳୟଗୁଡିକରେ ଦୁଇ ଦୁଇ ଜଣ ଶିକ୍ଷକ ରହୁଥିଲେ ମଧ୍ୟ ନକ୍ସଲ ଭୟରେ କେହି ମଧ୍ୟ ଶିକ୍ଷକ ପ୍ରତିଦିନ ସ୍କୁଲ ଆସନ୍ତି ନାହିଁ। ଫଳରେ ପିଲାଙ୍କୁ ବହୁ କଷ୍ଟର ସାମ୍ନା କରିବାକୁ ପଡୁଛି। ଏକ ଖୋଲା କୁଡିଆର ଖୁଣ୍ଟରେ ସ୍କୁଲ ଘଣ୍ଟି ଝୁଲୁଥିବା ଦେଖଇବାକୁ ମିଳିଥିଲା। ଏଥିସହ ଗୋଟିଏ କାଠ ଗଣ୍ଡିରେ ଇଂରାଜୀ ଅକ୍ଷରର ପୋଷ୍ଟର ଝୁଲୁଥିବା ଦେଖିବାକୁ ମିଳିଛି।
ଏହି ଖବର ପଢ଼ନ୍ତୁ: ନକ୍ସଲଙ୍କ ଯୋଗୁଁ ଗାଁ ଛାଡ଼ିଥିଲେ ଗ୍ରାମବାସୀ
ଏହି ବିଦ୍ୟାଳୟଟି ଦନ୍ତେୱାଡା ଜିଲ୍ଲାର ପଦେମପାରା ଗ୍ରାମରେ ରହିଛି।କଟେକଲ୍ୟାଣ ବ୍ଲକର କେବଳ ଏହି ଗୋଟିଏ ସ୍କୁଲ ନୁହେଁ,ବରଂ ଚିକପାଲ, ବଡେ ଗାମ ଭଳି ନକ୍ସଲ ପ୍ରବଣ ଅଂଚଳର ସ୍କୁଲଗୁଡ଼ିକ ଏଭଳି ଅବସ୍ଥାରେ ରହିଛି।ନକ୍ସଲଙ୍କ ଯୋଗୁଁ ପ୍ରଶାସନ ଏହି ଗ୍ରାମରେ ସ୍କୁଲ ନିର୍ମାଣ କରିପାରୁନଥିବା ଜଣାପଡିଛି। ଏଭଳି ସ୍ଥିତି ଜଲ୍ଲାର ବହୁ ଅଂଚଳରେ ଦେଖିବାକୁ ମିଳେ।
ଏହି ଖବର ପଢ଼ନ୍ତୁ: ନିମ୍ନ ଅଦାଲତର ରାୟ ହାଇକୋର୍ଟରେ ରଦ୍ଦ
ଶିକ୍ଷାକୁ ନକ୍ସଲଙ୍କର ନା।ପିଲାମାନେ ଶିକ୍ଷା ବଦଳରେ ସଂଗଠନରେ ଜଡିତ ହୋଇ ଲୋକଙ୍କ ସେବା କରନ୍ତୁ ବୋଲି ନକ୍ସଲ ଗ୍ରାମବାସୀଙ୍କୁ ଧମକାନ୍ତି। ନକ୍ସଲଗଡ଼ରେ ପିଲାଙ୍କ ଭବିଷ୍ୟତ ଅନ୍ଧାରରେ କହିଲେ ଅତ୍ୟୁକ୍ତି ହେବ ନାହିଁ। ଗୋଟିଏ ପଟେ ଅଶିକ୍ଷିତ ହେବା ସହ ଅନ୍ୟପଟେ ବୟସ ବଢିଲେ ନକ୍ସଲଙ୍କ ଦ୍ବାରା ଜବରଦସ୍ତ ସଂଗଠନରେ ସାମିଲ କରିବ। ଏହି ଗାଁଗୁଡିକରେ ସ୍କୁଲ ଯିବାକୁ ପିଲା ଅଛନ୍ତି କିନ୍ତୁ ଶିକ୍ଷକ ନିୟମିତ ଆସୁନଥିବାରୁ ବିଦ୍ୟାଳୟ ପ୍ରାୟତଃ ବନ୍ଦ ରହେ। ପ୍ରଶାସନ ଏନେଇ ଅବଗତ ରହିଥିଲେ ମଧ୍ୟ ଶିକ୍ଷକଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରୁ ନାହିଁ। ଜୀବନକୁ ବାଜି ଲଗାଇ ଶିକ୍ଷକ ପିଲାଙ୍କୁ ପାଠ ପଢାଇବାକୁ ଯିବାକୁ ଅମଙ୍ଗ ହେଉଛନ୍ତି। ତେବେ ଏହି ଅଂଚଳରେ ପୁଲିସ କ୍ୟାମ୍ପ ହେବା ପରେ ପୁଣି ସ୍କୁଲ ନିର୍ମାଣ କରାଯିବ ବୋଲି ଶିକ୍ଷା ବିଭାଗ କହିଛି।ପୁଣି ପିଲା ସ୍କୁଲ ମୁହାଁ ହେବେ ବୋଲି କୁହାଯାଇଛି।
ଏହି ଖବର ପଢ଼ନ୍ତୁ: ପ୍ରଧାନମନ୍ତ୍ରୀଙ୍କ ୩ ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟସୂଚୀ