ମାଲକାନଗିରି: ସୀମାନ୍ତ ଛତିଶଗଡ଼ରେ ନକ୍ସଲଙ୍କ ଉପଦ୍ରବ ସମସ୍ତେ ପରିଚିତ। ଏହି ରାଜ୍ୟରେ ନକ୍ସଲ ହିଂସା ଘଟାଇ ବହୁ ଯବାନଙ୍କ ଜୀବନ ନେଇଥିବା ବେଳେ ଏବେ ଯବାନ ତାହାର ପ୍ରତିଶୋଧ ନେଉଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ଗତ ୧୦ ମାସ ମଧ୍ୟରେ ୨୫୪ ଜଣ ନକ୍ସଲ ପୁଲିସ ଗୁଳିରେ ମୃତ୍ୟୁବରଣ କରିସାରିଲେଣି।

Advertisment

ତେବେ ଏକ ସମୟ ଥିଲା ନକ୍ସଲ ରାଜ୍ୟର ସମସ୍ତ ଜିଲ୍ଲାକୁ ନିଜ କବଜାକୁ ନେଇଥିଲେ। ପ୍ରତିଦିନ ହିଂସା ଘଟାଇ ସେଠାରୁ ପଳାୟନ କରୁଥିଲେ। କାଂକେର ଜିଲ୍ଲାର ପରତାପୁର ଅଂଚଳର ମହଲା ଗାଁର କାହାଣୀ ବହୁ ଦୁଃଖଦାୟକ। ଏହି ଗାଁକୁ ନକ୍ସଲ ପ୍ରାୟତଃ ପ୍ରତିଦିନ ଆସି ଲୋକଙ୍କୁ ହଇରାଣ କରୁଥିଲେ। ଏପରିକି ଗତ ୨୦୦୮ମସିହା ବେଳକୁ ଏହି ଅଂଚଳରେ ଲୋକେ ଦିନରେ ମଧ୍ୟ ଘରୁ ପଦାକୁ ବାହାରିବାକୁ ଭୟ କରୁଥିଲେ। ଏମାନଙ୍କୁ ସେତେବେଳେ ସୁରକ୍ଷା ଦେବାକୁ ନା ପୁଲିସ ନିକଟରେ ବଳ ଥିଲା ନା ସରକାର କୌଣସି ସହଯୋଗ କରୁଥିଲେ। ଲୋକେ ଡରି ଡରି ବଞ୍ଚୁଥିଲେ।ଗତ ୨୦୧୦ରେ ଏହି ଅଂଚଳର ସରପଞ୍ଚ ସମତେ ଦୁଇ ଜଣ ଗ୍ରାମବାସୀଙ୍କୁ ହତ୍ୟା କଲେ।

ଏହି ଖବର ପଢ଼ନ୍ତୁ: ‘ସୁଭଦ୍ରା’ ପାଇଁ ୧୧୯୬ କୋଟି ଟଙ୍କା ବ୍ୟୟବରାଦ

ଏହାପରେ ଲୋକେ ଆଉ ଗାଁରେ ରହିବାକୁ ଭୟ କଲେ। ସେବେଠାରୁ ଲୋକେ ରାତି ରାତି ଗାଁ ଛାଡି ପୁଖାଞ୍ଜର ସହରକୁ ଚାଲିଆସିଥିଲେ।ନିଜର ଘରଦ୍ବାର, ଗାଈଗୋରୁ, ଜମି ଇତ୍ୟାଦି ସବୁ ଛାଡି ଚାଲିଆସିଥିଲେ। ପରେ ୨୦୨୦ ବେଳକୁ ଏହି ଅଂଚଳରେ ପୁଲିସ କ୍ୟାମ୍ପ ପ୍ରତିଷ୍ଠା ହେଲା। କିନ୍ତୁ ନକ୍ସଲ ଏହି ପୁଲିସ କ୍ୟାମ୍ପ ଉପରେ ଦୁଇ ଦୁଇ ଥର ଆକ୍ରମଣ କରିଥିଲେ।ଯେଉଁଥିରେ ୪ ଜଣ ଯବାନ ସହିଦ ହୋଇଥିଲେ।

ଏହି ଖବର ପଢ଼ନ୍ତୁ: ଭୀମସାର୍‌ରୁ ନବଜାତି ଚୋରି

ଧୀରେଧୀରେ ସୁରକ୍ଷାକର୍ମୀ ନକ୍ସଲଙ୍କୁ ବେକଫୁଟକୁ ତଡିବାରେ ସଫଳ ହୋଇଥିଲେ। ଏବେ ସୁରକ୍ଷାକର୍ମୀଙ୍କର ଦବଦବା ରହିଥିବା ଯୋଗୁଁ ପୁଣି ଗ୍ରାମର ଜଣେ ଜଣେ ଗ୍ରାମବାସୀ ମହଲା ଗ୍ରାମକୁ ଫେରିଲେଣି। ନିଜର ଭିଟାମାଟିକୁ ଫେରି ଖୁସି ଅନୁଭର କରୁଥିବା ଗ୍ରାମବାସୀ କହନ୍ତି।

ଏହି ଖବର ପଢ଼ନ୍ତୁ: ଆଗକୁ ବି ଧରପଗଡ଼ ଜାରି ରହିବ

ତେବେ ଦୀର୍ଘ ୧୪ ବର୍ଷର ବନବାସ ପରେ ଗାଁକୁ ଫେରିବା ପରେ ସବୁ ବଦଳିଯାଇଥିବା ଦେଖିବାକୁ ପାଇଛନ୍ତି। ନିଜର ଘର ନିକଟରେ ଜଂଗଲ ସୃଷ୍ଟି ହୋଇଯିବା ସହ ଘର ଖୋଜିବା ମୁସକିଲ ହୋଇପଡ଼ିଥିବା ଗ୍ରାମାବାସୀ କହନ୍ତି। ପ୍ରଶାସନ ମଧ୍ୟ ତୁରନ୍ତ ସମସ୍ତଙ୍କୁ ଥଇଥାନ କରିବା ସହ ସମସ୍ତ ସହଯୋଗ କରିବା ନେଇ ପ୍ରତିଶ୍ରୁତି ଦେଇଛି। ଗାଁକୁ ରାସ୍ତା, ପାନୀୟ ଜଳ, ସ୍ବାସ୍ଥ୍ୟ ସେବା ସହ ସ୍କୁଲ ଯୋଗାଇ ଦେଉଛି। ପୁଲିସ କ୍ୟାମ୍ପ ହେବା ପରେ ଦିନରାତି ଏକ କରି ଯବାନ ଏହି ଅଂଚଳକୁ ପଇଁତରା ମାରୁଛନ୍ତି। ଗାଁ ଲୋକେ ଏବେ ସୁରକ୍ଷିତ ମଣୁଥିବା କହନ୍ତି।

ଏହି ଖବର ପଢ଼ନ୍ତୁ: ସାମଗ୍ରିକ ବିକାଶ ହେବ କେବେ?