୩ ବରିଷ୍ଠ ଓଏଏସଙ୍କୁ ଅତିରିକ୍ତ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି

Advertisment

ନବୀନ ନିବାସର ଓଏସ୍‌ଡି ହେଲେ ଅବସରପ୍ରାପ୍ତ ଆଇଏଏସ୍‌ ପ୍ରଦୀପ୍ତ କୁମାର ମହାପାତ୍ର

ନବୀନ ନିବାସର ଓଏସ୍‌ଡି ହେଲେ ଅବସରପ୍ରାପ୍ତ ଆଇଏଏସ୍‌ ପ୍ରଦୀପ୍ତ କୁମାର ମହାପାତ୍ର

୮ ଓଏଏସ୍‌ ଅଧିକାରୀଙ୍କ ବଦଳି

Eduvoice

ଭୁବନେଶ୍ବର : ବରିଷ୍ଠ ଓଏଏସ୍‌ ଅଧିକାରୀ ତଥା ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅତିରିକ୍ତ ସଚିବ ଥିବା ପ୍ରଦୀପ କୁମାର ମିଶ୍ରଙ୍କୁ ଅତିରିକ୍ତ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି। ଶ୍ରୀ ମିଶ୍ର ଏହି ପଦରେ ରହିବା ସହିତ ବ୍ରହ୍ମପୁରର ଚକବନ୍ଦୀ ଓ ଭୂ-ବନ୍ଦୋବସ୍ତ ଅତିରିକ୍ତ କମିସନର ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ପୂର୍ବରୁ ଏହି ପଦବି ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଥିବା ରମେଶ କେରେକେଟ୍ଟାଙ୍କୁ ବଦଳି କରାଯାଇଥିଲା। ଏ ନେଇ ଗତ ମାର୍ଚ୍ଚ ୨୬ ତାରିଖରେ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏବେ ଶ୍ରୀ ମିଶ୍ରଙ୍କ ନିଯୁକ୍ତି ପରେ ଶ୍ରୀ କେରେକେଟ୍ଟାଙ୍କ ବଦଳିକୁ ରଦ୍ଦ କରାଯାଇଛି। ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯୁଗ୍ମ ଶାସନ ସଚିବ ଥିବା ପ୍ରତାପ କୁମାର ମିଶ୍ର ଅତିରିକ୍ତ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ପାଇ ସେହି ବିଭାଗରେ ରହିବେ। ସମ୍ବଲପୁର ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଥିବା ସୁକାନ୍ତ ତ୍ରିପାଠୀଙ୍କୁ ପଦୋନ୍ନତି ଦିଆଯାଇ ସେହିଠାରେ ହିଁ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ନବୀନ ନିବାସର ଓଏସ୍‌ଡି ହେଲେ ଅବସରପ୍ରାପ୍ତ ଆଇଏଏସ୍‌ ପ୍ରଦୀପ୍ତ କୁମାର ମହାପାତ୍ର
ଭୁବନେଶ୍ବର : ଅବସରପ୍ରାପ୍ତ ଆଇଏଏସ୍‌ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସର ଓଏସ୍‌ଡି ଭାବେ ନିଯୁକ୍ତ କରାଯାଇଛି। ସ୍ବତନ୍ତ୍ର ଶାସନ ସଚିବ ପାହ୍ୟାରେ ଶ୍ରୀ ମହାପାତ୍ରଙ୍କ ଏହି ନିଯୁକ୍ତି ଏକ ବର୍ଷ ପାଇଁ ରହିବ। ଏ ନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଶ୍ରୀ ମହାପାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତିରିକ୍ତ ଶାସନ ସଚିବ ପଦରେ କାର୍ଯ୍ୟ କରି ଗତମାସ ୩୦ ତାରିଖରେ ଅବସର ନେଇଥିଲେ। ତାଙ୍କ କାର୍ଯ୍ୟଦକ୍ଷତା ଓ ପ୍ରଶାସନିକ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ତାଙ୍କୁ ଏହି ପଦବିରେ ଅବସ୍ଥାପିତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe