ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ମୃତ

Advertisment
ସମୁଦ୍ରରେ ଜାଲ ଘେରାକୁ ନେଇ ସଂଘର୍ଷ: ପିଟାମରାରୁ ଯୁବକଙ୍କ ମୃତ୍ୟୁ

Bangalore Mirror

କାଶୀପୁର : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ପଞ୍ଚାଳି ଗ୍ରାମରେ ସୋମବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ନୂତନ ପାଇଖାନା ଟାଙ୍କି ଭିତରେ କାମ କରିବାକୁ ଯାଇଥିବା ତିନି ଜଣ ଯାକ ରାଜମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ଗ୍ରାମର ଜଗବନ୍ଧୁ ଗରଡ଼ାଙ୍କ ନୂତନ କୋଠାଗୃହର ପାଇଖାନା ଟାଙ୍କି ନିର୍ମାଣ କାମ ଚାଲିଥିଲା। ପ୍ରାୟ ଦଶ ଫୁଟ ଗଭୀର ଥିବା ପାଇଖାନା ଟାଙ୍କିର ମୁହଁକୁ ଗତ କିଛିଦିନ ହେଲା ଘୋଡ଼ଣି କରି ବନ୍ଦ କରାଯାଇଥିଲା।

ସୋମବାର ଅପରାହ୍ନରେ ଟାଙ୍କି ଭିତରେ ଥିବା ଫଲସ୍ ଛଡ଼ାଇବାକୁ ପ୍ରଥମେ ରାଜମିସ୍ତ୍ରୀ ରୁନା ମାଝୀ ଭିତରେ ପଶିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ରୁନା ବାହାରକୁ ନଆସିବାରୁ ଜଣକ ପରେ ଜଣେ ଗୋବିନ୍ଦ ଓ ସୀମା ଯାଇଥିଲେ। ସେମାନେ ଦୁହେଁ ମଧ୍ୟ ସେଠାରେ ପ୍ରାଣ ହରାଇଥିବା ଜଣାପଡ଼ିଛି। ତେବେ ସ୍ଥିତି ଅନୁଧ୍ୟାନ କରିବାକୁ ଯାଇଥିବା ସେହି ପଞ୍ଚାଳି ଗ୍ରାମର ରାଜା ରାଓ ଟାକିରି ଅସୁସ୍ଥ ହୋଇ ବହୁ କଷ୍ଟରେ ବାହାରୁ ଆସିଥିଲେ। ଫଳରେ ତାଙ୍କୁ ଟିକିରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନିଆ ଯାଇଥିଲା। ସେଠାରେ ଚିକିତ୍ସା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅପରପକ୍ଷରେ ଏହି ଖବର ପାଇବା ପରେ କାଶୀପୁର ଠାରୁ ଦମକଳ ବାହିନୀ ଏବଂ ଟିକିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ଟାଙ୍କି ଭିତରେ ଅମ୍ଳଜାନ ନଥିବାର ଆଶଙ୍କା କରି ରାୟଗଡ଼ା ଠାରୁ ସ୍ୱତନ୍ତ୍ର ଟିମ୍ ଡକା ଯାଇଛି। ଆସନ୍ତାକାଲି ସକାଳେ ଟାଙ୍କି ଭିତରୁ ଶବ ଉଦ୍ଧାର କରାଯିବ ବୋଲି ପୁଲିସ ଠାରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe