ଗୁଣିଗାରେଡ଼ି ଅଭିଯୋଗ: ସଂଘବଦ୍ଧ ଆକ୍ରମଣରେ ୩ ଆହତ

Advertisment
ରାଜନୈତିକ ତିକ୍ତତା: ସରପଞ୍ଚଙ୍କ ସ୍ବାମୀଙ୍କୁ ପ୍ରାଣାନ୍ତକ ଆକ୍ରମଣ

Sambad English

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ମସ୍କାଗୁଡ଼ା ଗ୍ରାମରେ ଗୁଣିଗାରେଡ଼ି ଅଭିଯୋଗ କରି ସଂଘବଦ୍ଧ ଆକ୍ରମଣ ‌ହୋଇଛି। ଏହି ଘଟଣାରେ ୩ ଜଣ ଆହତ ହୋଇଛନ୍ତି। ପ୍ରକାଶ ଯେ ମସ୍କାଗୁଡ଼ା ଗ୍ରାମର ସୁରେନ୍ଦ୍ର ନାଏକଙ୍କ ଝିଅ ଅଞ୍ଜଳି ନାଏକ ଗତ କିଛିଦିନ ଧରି ଅସୁସ୍ଥ ଥିଲେ। ତାଙ୍କୁ ରାମ ନାଏକଙ୍କ ପରିବାର ଲୋକେ ଗୁଣିଗାରେଡ଼ି କରିଥିବା ନେଇ ସୁରେନ୍ଦ୍ରଙ୍କ ପରିବାର ସଂଘବଦ୍ଧ ହୋଇଥିଲେ। ଗୁରୁବାର ହଠାତ୍‌ ରାମଙ୍କ ପରିବାର ଉପରେ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ରାମ ନାଏକ, କାଳୀରାମ ନାଏକ, କାମେଶ୍ବର ନାଏକ ଆହତ ହୋଇଥିଲେ।

ଏନେଇ ପରିବାର ଲୋକେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଥୁଆମୂଳ ରାମପୁର ଡାକ୍ତରଖାନା ନେଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ପରେ ସେମାନଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ସଂଘବଦ୍ଧ ଆକ୍ରମଣ ପରେ ପରିବାର ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ଜୀବନ ବିକଳରେ ସେମାନେ ଗାଁ ଛାଡ଼ିଛନ୍ତି। ଏନେଇ ପୁଲିସ ତୁରନ୍ତ ହସ୍ତକ୍ଷେପ କରି ପରିବାରକୁ ସୁରକ୍ଷା ଦେବାକୁ ଦାବି ହୋଇଛି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ବୋଲି ଏସ୍‌ଡିପିଓ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe