୨ ବାଇକ ଧକ୍କାରେ ୩ ମୃତ, ମହିଳା ଗୁରୁତର

ସର୍ପାଘାତରେ ନାବାଳିକା ମୃତ

ଝାରସୁଗୁଡା: ଝାରସୁଗୁଡ଼ା ଏୟାରପୋର୍ଟ ଥାନା ଦୁର୍ଲଗା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଆଜି ସନ୍ଧ୍ୟାରେ ଏକ ୨ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ଲଇକେରା ଥାନା ନାଚେନଡିହିର ଅଜୁ ରୋହୀଦାସ(୧୯), ଭବାନୀ ରୋହୀଦାସ(୩୫), ଉତ୍ତରପ୍ରଦେଶର ରମେଶ ଯାଦବ(୪୦)। ଗୁରୁତର ହେଲେ ରମେଶଙ୍କ ସ୍ତ୍ରୀ ବିଳାସିନୀ ଯାଦବ(୩୮)।

ପୁଲିସ୍ ସୂଚନା ଅନୁସାରେ, ଅଜୁ ଓ ଭବାନୀ ଝାରସୁଗୁଡ଼ାର ବିଭିନ୍ନ ସ୍ଥାନରେ ମାଟି ଖୋଳା କାମ କରନ୍ତି। ଆଜି ସନ୍ଧ୍ୟାରେ ସେମାନେ ଝାରସୁଗୁଡ଼ାରୁ କାମ ସାରି ବାଇକ୍ ଯୋଗେ ନାଚେନଡିହିକୁ ଯାଉଥିଲେ। ରମେଶ ଯାଦବ ସମ୍ବଲପୁର ଜିଲ୍ଲା ଠେଲକୋଲୋଇ ଅଞ୍ଚଳରେ ରହି ଏକ ଶିଳ୍ପସଂସ୍ଥାରେ କାମ କରୁଥିବା ବେଳେ ଆଜି ସନ୍ଧ୍ୟାରେ ଶ୍ବଶୁର ଘର ସୁନ୍ଦରଗଡ଼ରୁ ସ୍ତ୍ରୀ ବିଳାସିନୀଙ୍କୁ ନେଇ ଘରକୁ ଫେରୁଥିଲେ। ସନ୍ଧ୍ୟାରେ ଝାରସୁଗୁଡ଼ା ସହରରେ କିଛି ସମୟ ପାଇଁ ଝଡ଼ ହୋଇଥିଲା। ଏହି ସମୟରେ ଉଭୟ ବାଇକ୍ ଚାଳକ ଦୁର୍ଲଗା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ଦେଇ ଗତି କରୁଥିଲେ। ତେବେ କୌଣସି କାରଣ ବଶତଃ ଉଭୟ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଫିଲ୍ମ ଷ୍ଟାଇଲ୍‌ରେ କିଛି ଉଚ୍ଚତାକୁ ଉଠିଯାଇଥିଲା ଓ ଉଭୟ ବାଇକ୍‌ରେ ଥିବା ସମସ୍ତ ୪ ଜଣ ରାସ୍ତା ଉପରେ କଚାଡ଼ି ହୋଇପଡ଼ିଥିଲେ। ଘଟଣାସ୍ଥଳରୁ ସମସ୍ତଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଅଜୁ, ଭବାନୀ ଓ ରମେଶଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe