କାଶୀପୁରରେ ପୁଣି ଅଜଣା ରୋଗର ଆତଙ୍କ; ୩ ଦିନରେ ୩ ଜଣଙ୍କର ମୃତ୍ୟୁ, ୪ ଗୁରୁତର

Advertisment

ଡାକ୍ତରୀ ଦଳ ଗାଁରେ ପହଞ୍ଚି ୩ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତିକଲା

ଡାକ୍ତରୀ ଦଳ ଗାଁରେ ପହଞ୍ଚି ୩ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତିକଲା

କାଶୀପୁରରେ ପୁଣି ଅଜଣା ରୋଗର ଆତଙ୍କ; ୩ ଦିନରେ ୩ ଜଣଙ୍କର ମୃତ୍ୟୁ, ୪ ଗୁରୁତର

ରାୟଗଡ଼ା: ରାୟଗଡା ଜିଲ୍ଲାର କାଶୀପୁର ବ୍ଲକରେ ପୁଣି ଅଜଣା ରୋଗର ଆତଙ୍କ। ଝାଡାବାନ୍ତି ହେବା ସହ ପେଟ ଯନ୍ତ୍ରଣାରେ ଛଟପଟ ହୋଇ ଲୋକଙ୍କ ମୃତ୍ୟୁ ହେଉଛି। ଏଭଳି ଘଟଣା ଘଟିଛି କାଶୀପୁର ବ୍ଲକରେ କଣ୍ଟାମାଳ କରଳ ଗ୍ରାମରେ। ଗତ ତିନି ଦିନ ତଳେ କିଛି ଲୋକ ହଠାତ୍ ପେଟ ଯନ୍ତ୍ରଣାରେ ଛଟପଟ ହେବା ସହ ଝାଡାବନ୍ତି କରିଥିଲେ। ସେମାନଙ୍କୁ ପରିବାର ଲୋକେ ଚିକିତ୍ସା ପାଇଁ ସମସ୍ତ ପ୍ରସ୍ତୁତି କରୁଥିବା ବେଳେ ସେମାନଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତ ତିନି ଦିନରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଏବେ ଗୁରୁତର ଅଛନ୍ତି। ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନେ ହେଲେ ଖଗ ଝୋଡିଆ, ଅଭି ଘଣ୍ଟିଆ ଓ ବନ ଝୋଡିଆ।

ଗାଁରେ ଏବେ କୋକୁଆ ଭୟ।ଲୋକେ ଏହି ଅଜଣା ରୋଗ ସଂପର୍କରେ ଜାଣିପାରୁନଥିବା ବେଳେ ପରିବାରରେ ଏଭଳି କାହାକୁ ଯେଭଳି ନହେବ ସେଥିପାଇଁ ତୁରନ୍ତ ମେଡିକାଲ ଟିମକୁ ଖବର ଦିଆଯାଇଥିଲା। ଆଜି ଜିଲ୍ଲା ସଦର ମହକୁମାରୁ ଏକ ଡାକ୍ତରୀ ଦଳ ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଗୁରୁତର ଚାରି ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା କୁହାଯାଇଛି। ଏନେଇ ସିଡିଏମଓଙ୍କୁ ପଚରାଯିବାରୁ ସେ ଏ ସଂପର୍କରେ ଅବଗତ ରହିଥିବା ବେଳେ ଗୁରୁତରମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲୁ ରହିଛି। ଆସନ୍ତାକାଲି ଡାକ୍ତରୀ ଦଳ ଆସିବା ପରେ ସଠିକ ତଥ୍ୟ ଜଣାପଡିବ ବୋଲି ସେ କହିଥିଲେ। ତେବେ ଗ୍ରାମବାସୀଙ୍କ କହିବା ଅନୁଯାୟୀ କିଛି ଦିନ ତଳେ ଭୋଜି ଖାଇଥିବାରୁ ହୁଏତ ଏଭଳି ହୋଇଥିବା ଅନୁମାନ କରୁଛନ୍ତି। ତୁରନ୍ତ ଗ୍ରାମବାସୀଙ୍କୁ ଏହି ଅଜଣା ରୋଗରୁ ମୁକ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe