ଗଂଜାମରେ ନିର୍ବାଚନୀ ପରବର୍ତ୍ତୀ ହିଂସା ଘଟଣା: ଯୁବକଙ୍କୁ ଆକ୍ରମଣ, ୩ ବିଜେଡି କର୍ମୀ ଗିରଫ

Advertisment
ଗଂଜାମରେ ନିର୍ବାଚନୀ ପରବର୍ତ୍ତୀ ହିଂସା ଘଟଣା: ଯୁବକଙ୍କୁ ଆକ୍ରମଣ, ୩ ବିଜେଡି କର୍ମୀ ଗିରଫ

ଭୁବନେଶ୍ବର: ଗଂଜାମ ଜିଲ୍ଲା ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀରେ ଚଳିତ ନିର୍ବାଚନରେ ବାରମ୍ବାର ହିଂସା ଦେଖିବାକୁ ମିଳୁଛି। ଗତ ୧୫ ତାରିଖ ଦିନ ଜଣେ ବିଜେପି କର୍ମୀଙ୍କୁ ହତ୍ୟା କରାଯିବା ଘଟଣା ଓଡ଼ିଶାବାସୀ ଭୁଲିପାରି ନଥିବା ବେଳେ ଖଲ୍ଲିକୋଟ ବ୍ଲକର ବେଗୁନିଆପଡା ଥାନା ଅଧୀନ ସୁମଣ୍ଡଳ ଗାଁରେ ପୁଣି ନିର୍ବାଚନୀ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। ଆକ୍ରମଣରେ ବିଜେପି କର୍ମୀ ତପନ ବିଶ୍ବାଳ ଆହତ ହୋଇଛନ୍ତି। ଏହି ଘଟଣାରେ ତିନି ଜଣ ବିଜେଡି କର୍ମୀ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ କାଳିଆ ସାହୁ, ସୁଶାନ୍ତ ଦୋରା ଓ ସାଗର ମହାନ୍ତି।

publive-image

ସୂଚନା ଅନୁସାରେ ତପନ ବିଶ୍ବାଳ ସୁମଣ୍ଡଳ ଛକରେ ବସିଥିବା ବେଳେ ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରାଯାଇଥିଲା। ତପନଙ୍କୁ ବିଜେଡ଼ି କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁରର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଗତକାଲି ନିର୍ବାଚନ ସମୟରେ ତପନଙ୍କ ସହ ଅନ୍ୟ ଏକ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏନେଇ ତପନ ବେଗୁନିଆପଡା ଥାନାରେ ଏତଲା ଦେଇଥିଲେ। ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି କରି ତପନଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe