ହେଲମେଟ୍‌ ପିନ୍ଧି ନଥିବାରୁ ଅଟକାଇଲା ପୁଲିସ; ଧରାପଡ଼ିଗଲା ବ୍ରାଉନ୍‌ ସୁଗାର ବେପାରୀ, ୩ ଗିରଫ

Advertisment
ହେଲମେଟ୍‌ ପିନ୍ଧି ନଥିବାରୁ ଅଟକାଇଲା ପୁଲିସ; ଧରାପଡ଼ିଗଲା ବ୍ରାଉନ୍‌ ସୁଗାର ବେପାରୀ, ୩ ଗିରଫ

ଭଦ୍ରକ: ବାଇକ୍‌ ଚେକିଂ ସମୟରେ ଧରା ପଡିଲେ ବ୍ରାଉନ୍‌ ସୁଗାର ବେପାରୀ। ଏଥିରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ଦୁଇ ଜଣ ବାଲେଶ୍ବର ଓ ଜଣେ ଭଦ୍ରକ ଜିଲ୍ଲାର ବୋଲି ଜିଲ୍ଲା ଅତିରକ୍ତ ଆରକ୍ଷୀ ଅଧୀକ୍ଷକ ଯତୀନ ପଣ୍ଡା ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଅର୍ଣ୍ଣପାଳ ଛକ ନିକଟରେ ଆଜି ପୁଲିସ ଦ୍ୱାରା ଯାନବାହନ ଚେକିଂ କରାଯାଉଥିଲା। ଏହି ସମୟରେ ଗୋଟିଏ ବାଇକରେ ତିନି ଜଣ ଯୁବକ ବିନା ହେଲମେଟରେ ବେପରୁଆ ଭାବେ ଗାଡି ଚଳାଇ ଆଗକୁ ଯାଉଥିଲେ। ପୁଲିସ ସେମାନଙ୍କୁ ଅଟକାଇ ଚେକିଂ କରୁଥିବା ସମୟରେ ସେମାନଙ୍କ ନିକଟରୁ ବ୍ରାଉନ୍‌ ସୁଗାର ଜବତ ହୋଇଥିଲା। ଜବତ ହୋଇଥିବା ବ୍ରାଉନ୍‌ ସୁଗାରର ଓଜନ ୨୧ ଗ୍ରାମ ବୋଲି ପୁଲିସ କହିଛି। ଏଥି ସହିତ ଅଭିଯୁକ୍ତମାନଙ୍କ ଠାରୁ ନଗଦ ୨୭ ହଜାର ଟଙ୍କା, ମୋବାଇଲ ମିଳିବା ସହ ବାଇକକୁ ମଧ୍ୟ ପୁଲିସ ଜବତ କରିଛି। ବେଆଇନ୍‌ ଧଳାଜହର କାରବାରରେ ସମ୍ପୃକ୍ତ ତିନି ଜଣଙ୍କୁ ଗ୍ରାମାଞ୍ଚଳ ପୁଲିସ ଗିରଫ କରିଛି। ଜବତ ହୋଇଥିବା ବ୍ରାଉନ୍‌ ସୁଗାରର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ପୁଲିସ କହିଛି। ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେ ନେଇ ପୁଲିସ ଅଧିକ ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe