କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜରୁ ମୃତ ବାର୍‌ହା ଜବତ; ତିନି ଅଭିଯୁକ୍ତ ଫେରାର

Advertisment
କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜରୁ ମୃତ ବାର୍‌ହା ଜବତ; ତିନି ଅଭିଯୁକ୍ତ ଫେରାର

Image Courtesy of NDTV

ହରଭଙ୍ଗା/ଧଳପୁର: ମହାନଦୀ ବନ୍ୟ ପ୍ରାଣୀ ବନାଞ୍ଚଳ ଅନ୍ତର୍ଗତ ବୌଦ୍ଧ ଜିଲ୍ଲା କୁଶଙ୍ଗ ରେଞ୍ଜ ଅଭୟାରଣ୍ୟ ମଧ୍ୟରୁ ଶୁକ୍ରବାର ବିଳମ୍ବିତ ରାତିରେ ଏକ ମୃତ ବାର୍‌ହା ଜବତ କରାଯାଇ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ପୁରୁଣାକଟକ ଥାନା ଜାମୁପଦର ଗାଁର ସୁଧୀର ଦେହୁରୀ ବୋଲି ଜଣାପଡ଼ିଛି। ଅନ୍ୟ ତିନି ଅଭିଯୁକ୍ତ ଫେରାର୍‌ ହେବାରେ ସକ୍ଷମ ହୋଇଛନ୍ତି।

ସୂଚନା ଅନୁସାରେ, ଶୁକ୍ରବାର ରାତିରେ ବନ ବିଭାଗ ଟିମ୍‌ ଉକ୍ତ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲା। ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳ ନୟାଗଡ଼ ଅଧୀନସ୍ଥ କୁଆଁରିଆ ରେଞ୍ଜ ଡୁଇଶିଙ୍ଗ ଅଞ୍ଚଳରୁ ୪ ଜଣ ଯୁବକ ମୃତ ବାର୍‌ହାକୁ ଧରି ଦୁଇଟି ବାଇକ୍‌ରେ ଚାରିଛକ ପଟକୁ ଆସୁଥିଲେ। ବନ କର୍ମଚାରୀମାନେ ଗେରେଡି ସାହି ନିକଟରେ ଥିବା ଦେଖି ସେମାନେ ମୃତ ବାର୍‌ହାକୁ ପକାଇ ଫେରାର୍‌ ମାରିବାକୁ ଉଦ୍ୟମ କରିଥିଲେ। ବନ କର୍ମଚାରୀମାନେ ସେମାନଙ୍କ ମଧ୍ୟରୁ ସୁଧୀରକୁ କାବୁ କରିଥିବା ବେଳେ ଅନ୍ୟମାନେ ଖସିଯାଇଥିଲେ। ପରେ ହରଭଙ୍ଗା ପ୍ରାଣୀ ଚିକିତ୍ସକ ଡା. ପ୍ରିୟବ୍ରତ ବେହେରା ରେଞ୍ଜ କାର୍ଯ୍ୟାଳୟ ପହଞ୍ଚି ବାର୍‌ହାର ମୃତଦେହ ବ୍ୟବଚ୍ଛେଦ କରିଥିଲେ। ଜବତ ବାର୍‌ହା ମାଂସ ଏକ କୁଇଣ୍ଟାଲରୁ ଅଧିକ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫେରାର ୩ ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଧରାଯିବ ବୋଲି ରେଞ୍ଜ ଅଧିକାରୀ ସଂସାର ବର୍ଗିଆ କହିଛନ୍ତି। ଏହି ପାଟ୍ରୋଲିଂ ସମୟରେ କୁଶଙ୍ଗ ରେଞ୍ଜ ଅଧିକାରୀଙ୍କ ସହ ଫରେଷ୍ଟର ପ୍ରଶାନ୍ତ ଗୁରୁ, ଇନଚାର୍ଜ ଫରେଷ୍ଟର ରାଜ ଶତପଥୀ, ଫରେଷ୍ଟଗାର୍ଡ ବିଶ୍ଵାମିତ୍ର ଧରୁଆ, ଅନିତା ଦୁର୍ଗା ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe