ଗଣେଶ ମୂର୍ତ୍ତି ବିସର୍ଜନ ‌ବେଳେ ଗୋଧସ ଜଳପ୍ରପାତରେ ଅଘଟଣ: ୩ ଯୁବକ ନିଖୋଜ

Advertisment
ଗଣେଶ ମୂର୍ତ୍ତି ବିସର୍ଜନ ‌ବେଳେ ଗୋଧସ ଜଳପ୍ରପାତରେ ଅଘଟଣ: ୩ ଯୁବକ ନିଖୋଜ

ନୂଆପଡ଼ା: ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ଅଘଟଣ ଘଟିଛି। ନୂଆପଡା ଜିଲ୍ଲା ଗୋଧସ ଜଳପ୍ରପାତ୍ରରେ ତିନି ଜଣ ବ୍ୟକ୍ତି ନିଖୋଜ ହୋଇଯାଇଛନ୍ତି। ନିଖୋଜ ବ୍ୟକ୍ତିମାନେ ବିଦେଶୀ ମଦ ଦୋକାନ କର୍ମଚାରୀ ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ଜଳପ୍ରପାତରେ ଆଜି ସନ୍ଧ୍ୟାରେ ଏହ ଅଭାବନୀୟ ଘଟଣା ଘଟିଛି। ନିଖୋଜ ବ୍ୟକ୍ତିମାନେ ‌ହେଲେ ନିଲେଶ ସିଂ (୩୩), ଅମିତ କୁମାର ଗୁପ୍ତା (୨୫) ଏବଂ ରାଜକୁମାର ଗୁପ୍ତା (୨୪)।

publive-image

ସୂଚନା ଅନୁସାରେ ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ସ୍ଥାନୀୟ ଏକ ମଦ ଦୋକାନର ୩ ଜର କର୍ମଚାରୀଙ୍କ ସମେତ ମୋଟ ୫ ଜଣ ବ୍ୟକ୍ତି ଗଧୋସ ଜଳପ୍ରପାତକୁ ଯାଇଥିଲେ। ଏଥିରୁ ଦୁଇ ଜଣ ‌ଲୋକ ବାହାରେ ଥିବା ବେଳେ ଅନ୍ୟ ତିନି ଜଣ ପାଣି ଭିତରକୁ ପ୍ରବେଶ କରିଥିଲେ। ତେବେ ୩ ଜଣ ଯୁବକ ନିଖୋଜ ହୋଇଯିବା ପରେ ବାହାରେ ଥିବା ୨ ଜଣ ଲୋକ ଚିନ୍ତାରେ ପଡ଼ିଯାଇଥିଲେ ସେମାନେ ନିଖୋଜ ବ୍ୟକ୍ତିମାନଙ୍କୁ ଉଦ୍ଧାର କରିବା ପାଇଁ  ଅନ୍ୟମାନଙ୍କୁ ସୂଚନା ଦେଇଥିଲେ। ରିପୋର୍ଟ ଲେଖାଯିବା ବେଳକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କିନ୍ତୁ ସନ୍ଧ୍ୟା ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ପହଂଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe