ମହଙ୍ଗା ପଡ଼ିଲା ଗଞ୍ଜେଇ ଚାଲାଣକାରୀଙ୍କୁ ଅନୁକମ୍ପା

Advertisment
ବୁଢ଼ାବୁଢ଼ୀଙ୍କ ଭତ୍ତାଟଙ୍କା ଖାଇ ୫ ନିଲମ୍ବିତ

Kashmir Observer

ବୌଦ୍ଧ : ଦୁଇ ଜଣ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଧରି ପରେ ଛାଡ଼ିଦେବା ପୁଲିସ୍‌ କର୍ମଚାରୀଙ୍କ ପାଇଁ ମହଙ୍ଗା ପଡ଼ିଛି। ବୌଦ୍ଧ ଏସ୍‌ପି ଜଣେ ଫାଣ୍ଡି ଅଧିକାରୀ ଓ ଦୁଇ ଜଣ କନେଷ୍ଟବଳଙ୍କୁ ନିଲମ୍ବନ କରିଛନ୍ତି।

ସୂଚନା ଅନୁସାରେ, ଚଳିତ ମାସ ୧୬ ତାରିଖରେ ବଡ଼ଗୋଛାପଡ଼ା ଗ୍ରାମର ଚନ୍ଦନ ପ୍ରଧାନ ଓ ସରଜିତ ମଲ୍ଲିକ ଏକ ବାଇକ୍‌ରେ ଗଞ୍ଜେଇ ଚୋରାଚାଲାଣ କରୁଥିଲେ। ଏହିସମୟରେ ବଘିଆପଡ଼ା ଫାଣ୍ଡି ଅଧିକାରୀ ସନାତନ ପ୍ରଧାନ ଓ ଦୁଇଜଣ କନେଷ୍ଟବଳ ସଞ୍ଜୀବ ପ୍ରଧାନ ଓ କେଶବ ପ୍ରଧାନ ସେମାନଙ୍କୁ ବେରେଡ଼ାବାଡ଼ି ଛକ ନିକଟରେ କାବୁ କରିଥିଲେ। ପରେ ସେମାନଙ୍କୁ ଛାଡ଼ିଦେଇ ଦୁଇଟି ବ୍ୟାଗ୍‌ରେ ଥିବା ଗଞ୍ଜେଇ ନେଇ ସରକାରୀ କ୍ୱାର୍ଟର୍ସରେ ରଖିଥିଲେ। ଏସ୍‌ପି ପ୍ରହଲ୍ଲାଦ ସହାୟ ମୀନା ବୌଦ୍ଧ ଥାନା ଅଧିକାରୀ ମାଧବାନନ୍ଦ ନାଏକଙ୍କୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ବେଳେ ପୁଲିସ କର୍ମଚାରୀଙ୍କ ସରକାରୀ କ୍ୱାର୍ଟରରେ ଦୁଇଟି ବ୍ୟାଗରେ ୧୩ କିଲୋ ଗଞ୍ଜେଇ ଓ ଗୋଟିଏ ବାଇକ ଥିବା ଦେଖିବାକୁ ମିଳିଥିଲା। ଏହାପରେ ତଦନ୍ତ ରିପୋର୍ଟ ଆଧାରରେ ଏସ୍‌ପି ସେମାନଙ୍କୁ ନିଲମ୍ବନ କରିଥିବ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe