ଆଜି ସକାଳେ ପଜିଟିଭ୍ ଚିହ୍ନଟ ହୋଇଥିବା ତିନିଜଣଙ୍କ ଭିତରୁ ଦୁଇ ସୁରତ ଫେରନ୍ତା

ସଶସ୍ତ୍ରବାହିନୀର ଧନ୍ୟବାଦ ଜ୍ଞାପନ କାର୍ଯ୍ୟକ୍ରମ ‘କରୋନା ଯୋଦ୍ଧା’ଙ୍କ ମନୋବଳ ବଢ଼ାଇବ: ଅମିତ ଶାହା

Image Source: Hindustan Times

ଭୁବନେଶ୍ୱର : ଆଜି ସକାଳେ ରାଜ୍ୟରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ୩ ଆକ୍ରାନ୍ତଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ସଂପୃକ୍ତ ତିନି କରୋନା ଆକ୍ରାନ୍ତଙ୍କ ଭିତରୁ ଦୁଇ ସୁରତ ଫେରନ୍ତା ବୋଲି ଜଣାଯାଇଛି। ଗଞ୍ଜାମ ଜିଲ୍ଲାର ଦୁଇ କରୋନା ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉଭୟଙ୍କର ବୟସ ଯଥାକ୍ରମେ ୧୭ ଓ ୨୨ ବର୍ଷ ଓ ସେ ଦୁହେଁ ପୁରୁଷ ବୋଲି ଜଣାଯାଇଛି। ଉଭୟଙ୍କଠାରେ କୌଣସି ଲକ୍ଷଣ ଦେଖାଯାଇ ନ ଥିଲା।

ଅପରପକ୍ଷରେ ଝାରସୁଗଡ଼ା ଜିଲ୍ଲାରୁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ମହିଳାଙ୍କ ବୟସ ୪୦ ବର୍ଷ ବୋଲି ସୂଚନା ଦିଆଯାଇଛି। ସେ ପୂର୍ବରୁ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଜଣାଯାଇଛି।

ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୦ରେ ପହଞ୍ଚିଛି। ଏଥିସହ ବର୍ତ୍ତମାନ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଥିବା ବେଳେ ୫୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ଏଯାବତ୍ ଜଣେ କରୋନା ଆକ୍ରାନ୍ତ ଜୀବନ ହରାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe