ସୋବରା ଓଭରବ୍ରିଜ୍‌ରେ ଦୁର୍ଘଟଣା: ୩ ସୁରକ୍ଷାକର୍ମୀ ଗୁରୁତର

Advertisment
ସଡ଼କ ଦୁର୍ଘଟଣା ପାଇଁ ଉତ୍ତରଦାୟୀ ହେବେ ଜିଲ୍ଲାପାଳ

The Times of India

ବ୍ୟାସନଗର : ଯାଜପୁରରୋଡ ଥାନା ଅନ୍ତର୍ଗତ ନୂଆଗଡ଼-ମିଲିଟାରି ଛକ ବାଇପାସ୍‌ ରାସ୍ତାର ସୋବରା ଓଭର ବ୍ରିଜ୍‌ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଏକ ସୁରକ୍ଷା ସଂସ୍ଥାର ୩ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଆହତ ସୁରକ୍ଷା କର୍ମଚାରୀଙ୍କ ପରିଚୟ ମିଳିନଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଯାଜପୁରରୋଡ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନଙ୍କ ନିର୍ଦ୍ଦେଶରେ ଏସଆଇ ନିର୍ମଳ ସାହୁ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ଚିକିତ୍ସା କରାଇବା ସହ ଗୁରୁତର ଆହତ ୩ ସୁରକ୍ଷା କର୍ମଚାରୀଙ୍କୁ ଆମ୍ବୁଲାନ୍ସରେ କଟକ ବଡ଼ ଡାକ୍ତରଖାନାକୁ ପଠାଇଥିଲେ।

ସୂଚନା ଅନୁଯାୟୀ, ଯାଜପୁରରୋଡ ଅଗ୍ନିଶମ କାର୍ଯ୍ୟାଳୟ ଗୋଲେଇ ଛକରୁ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଯାଉଥିବା ଏକ ସୁରକ୍ଷା ସଂସ୍ଥାର ବୋଲେରୋ ଓଆର୍‌-୧୯ଏନ୍‌-୯୮୯୧ ଟି ଦ୍ରୁତ ଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଏକ ଡିଭାଇଡରରେ ପିଟି ହୋଇଯାଇଥିଲା। ଦ୍ରୁତଗତିରେ ଆସୁଥିବା ବୋଲେରୋଟି ରାସ୍ତାମଝି ଡିଭାଇଡର ଟପି ଅନ୍ୟପାର୍ଶ୍ୱରେ ଯାଉଥିବା ଏକ ହ୍ୱାଇୱା ଓଡି-୦୪ଏନ-୬୦୧୫କୁ ସାମନାରୁ ଧକ୍କା ଦେଇଥିଲା। ଫଳରେ ବୋଲେରୋଟି ସମ୍ପୂର୍ଣ ନଷ୍ଟ ହୋଇଯାଇଥିବା ବେଳେ ୩ ଜଣ ସୁରକ୍ଷା କର୍ମଚାରୀ ଗୁରୁତର ଆହତ ହୋଇଥିଲେ। ହାଇୱା ଚାଳକ ଓ ଖଲାସୀ ସାମାନ୍ୟ ଆହତ ହୋଇଥିଲେ। ଯାଜପୁରରୋଡ ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe