ଛତୁ ଖାଇ ତିନି ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

Advertisment
ଛତୁ ଖାଇ ତିନି ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

Zambia Daily Mail

ହରିଚନ୍ଦନପୁର : ବିଷାକ୍ତ ଛତୁ ଖାଇ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ଭଗାମୁଣ୍ଡା ଗ୍ରାମର ତିନିଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ସ୍ବର୍ଗତ ମଙ୍ଗୁଳୁ ପାତ୍ରଙ୍କ ପତ୍ନୀ ଗୁରୁବାରୀ ପାତ୍ର (୬୦) ଓ ନାତି ଅଭିମନ୍ୟୁ ପାତ୍ରଙ୍କ ଦୁଇ ପୁଅ କାହ୍ନା (୫) ଓ କ୍ରିଷ୍ଣା (୩)। ସମସ୍ତଙ୍କୁ ହରିଚନ୍ଦନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପ୍ରାପ୍ତ ସୂଚନା ଅନୁସାରେ, ଗତକାଲି ଗୁରୁବାରୀ ସ୍ଥାନୀୟ ଜଙ୍ଗଲରୁ ଛତୁ ସଂଗ୍ରହ କରିଥିଲେ। ରାତିରେ ସେ ଏବଂ ତାଙ୍କର ଦୁଇ ପଣନାତି ଛତୁ ତରକାରି ଖାଇଥିଲେ। ରାତି ପ୍ରାୟ ୧୧ଟାବେଳେ ସମସ୍ତେ ଅସୁସ୍ଥ ହୋଇପଡ଼ିବାରୁ ପରିବାର ଲୋକେ ସେମାନଙ୍କୁ ହରିଚନ୍ଦନପୁର ଡାକ୍ତରଖାନା ଆଣିଥିଲେ। ଚିକିତ୍ସା ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ହେଉଛି। ସୂଚନାଯୋଗ୍ୟ, ଭଗାମୁଣ୍ଡାରେ ଏକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଥିଲେ ମଧ୍ୟ ସେଠାରେ ଷ୍ଟାଫ୍‌ନର୍ସ ନଥିବାରୁ ରାତିରେ ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ମିଳୁନାହିଁ। ଭଗାମୁଣ୍ଡା ଅଞ୍ଚଳର ଗୁରୁତର ରୋଗୀମାନେ ହରିଚନ୍ଦନପୁର ଡାକ୍ତରଖାନା ଉପରେ ନିର୍ଭର କରୁଛନ୍ତି। ତୁରନ୍ତ ଏଠାରେ ଷ୍ଟାଫ୍‌ନର୍ସ ନିଯୁକ୍ତି ଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe