ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଅଙ୍ଗଦାନ ପାଇଁ ତିନି ଭଉଣୀଙ୍କ ସଂକଳ୍ପ

Advertisment
ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଅଙ୍ଗଦାନ ପାଇଁ ତିନି ଭଉଣୀଙ୍କ ସଂକଳ୍ପ

ସେମିଳିଗୁଡା: ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ବଡ଼ ଘୋଷଣା କରିଛନ୍ତି ସେମିଳିଗୁଡାର ତିନି ଭଉଣୀ। ମୃତ୍ୟୁପରେ ଅଙ୍ଗଦାନ ପାଇଁ ମାନସି, ମମତା ଓ ମୋନାଲିସା ରାୟ ସଂକଳ୍ପ ପତ୍ରରେ ଦସ୍ତଖତ କରିଛନ୍ତି। ଭୁବନେଶ୍ଵର ଜୟଦେବ ଭବନରେ ଆଜି ଏନେଇ ବଡି ଆଣ୍ଡ ଅରଗାନ ଡୋନେସନ ସୋସାଇଟି ଅଫ୍ ଇଣ୍ଡିଆ ପକ୍ଷରୁ ସ୍ବତନ୍ତ୍ର ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରରେ ସେମିଳିଗୁଡାର ମାନସି ମଂଜରୀ ରାୟ, ମମତା ରାୟ ଓ ମୋନାଲିସା ରାୟ ଯୋଗଦେଇ ନିଜ ଶରୀରର ସମସ୍ତ ଅଂଗଦାନ କରିବା ପାଇଁ ଲିଖିତ ଘୋଷଣା କରିଛନ୍ତି। ମୃତ୍ୟୁ ପରେ ସେମାନଙ୍କ ଅଂଗ ନେଇ ଅନ୍ୟ କାହାର ଜୀବନ ବଞ୍ଚାଇବା ପାଇଁ ସହମତି ପ୍ରଦାନ କରିଛନ୍ତି। ଏଥିପାଇଁ ତିନି ଭଉଣୀଙ୍କୁ ତିନୋଟି ପରିଚୟପତ୍ର ମଧ୍ୟ ପ୍ରଦାନ କରାଯାଇଛି। ବଡି ଆଣ୍ଡ ଅରଗାନ ଡୋନେସନ ସୋସାଇଟି ଅଫ୍ ଇଣ୍ଡିଆର ସଭାପତି ପ୍ରଭାସ ଆଚାର୍ଯ୍ୟ ଏହି ଘୋଷଣା ବେଳେ ଉପସ୍ଥିତ ଥିଲେ। ତିନି ଭଉଣୀ ଗତ କିଛି ଦିନ ହେଲା ସମାଜସେବା କରି ଅନେକ ପ୍ରଶଂସା ସାଉଁଟିଛନ୍ତି। ଆଜି ଶରୀରର ସମସ୍ତ ଅଂଗଦାନ କରି ସମାଜସେବାର ଶ୍ରେଷ୍ଠ ସମର୍ପଣ ଭାବ ଦେଖାଇଛନ୍ତି। ଏପରି ତ୍ୟାଗ ପାଇଁ ସେମିଳିଗୁଡା, ସୁନାବାଡା ଓ ଭୁବନେଶ୍ୱରରୁ ଶୁଭେଚ୍ଛାର ସୁଅ ଛୁଟିଛି। ନିଜ ପିଲାଙ୍କ ଏପରି ସେବା ଭାବକୁ ପରିବାର ପକ୍ଷରୁ ମଧ୍ୟ ସମର୍ଥନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe