ବ୍ୟାୟାମ ବେଳେ ୩ ଛାତ୍ରୀ ଅସୁସ୍ଥ

Advertisment
ବ୍ୟାୟାମ ବେଳେ ୩ ଛାତ୍ରୀ ଅସୁସ୍ଥ

ନୀଳଗିରି: ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ୍‌ ଜାମୁଡ଼ିହା ଆଦର୍ଶ ବିଦ୍ୟାଳୟ ହଷ୍ଟେଲ୍‌ କାର୍ଯ୍ୟକ୍ଷମ ହୋଇ ନାହିଁ। ଫଳରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ନିକଟରେ ମେସ୍‌ କରି ରହୁଛନ୍ତି। ଆଜି ପୂର୍ବାହ୍ନରେ ବିଦ୍ୟାଳୟରେ ବ୍ୟାୟାମ ହୋଇଥିବା ବେଳେ ସେଥିରେ ୨୦୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧୫ ଜଣ ଅସୁସ୍ଥ ଅନୁଭବ କରିବା ସହ ତଳେ ବସିରହିଥିଲେ। ତେବେ ୩ ଜଣ ଛାତ୍ରୀ ଛାତିରେ ଯନ୍ତ୍ରଣା ସହ ଶ୍ବାସପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଫଳରେ ବିଦ୍ୟାଳୟ କର୍ତୃପକ୍ଷ ଛାତ୍ରୀମାନଙ୍କୁ ସଂଗେ ସଂଗେ ନୀଳଗିରି ଡାକ୍ତରଖାନାକୁ ନେଇଥିଲେ।

ପ୍ରାଥମିକ ଚିକିତ୍ସା କରିବା ପରେ ଡାକ୍ତର ସେମାନଙ୍କୁ ବାଲେଶ୍ବର ନେଇ ଇସିଜି କରାଇବାକୁ ପରାମର୍ଶ ଦେଇଥିଲେ। ବାଲେଶ୍ବର ଡାକ୍ତର ଡାକ୍ତଛାତ୍ରୀମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ କରି ଇସିଜିର ଆବଶ୍ୟକତା ନାହିଁ ବୋଲି କହିଥିବା ବିଦ୍ୟାଳୟର ଅଧ୍ୟକ୍ଷ କରୁଣକର ପଣ୍ତା ସୂଚନା ଦେଇଛନ୍ତି। ତେବେ ଶେଷ ଖବର ଅନୁସାରେ ଛାତ୍ରୀମାନେ ସୁସ୍ଥ ଅଛନ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe