ଭିମସାରରେ ଡାକ୍ତରୀ ଛାତ୍ରଙ୍କ ସହ ୩ ଜଣଙ୍କୁ କରୋନା

Advertisment
ଭିମସାର: ମାସକ ମଧ୍ୟରେ କୋଭିଡ୍‌ରେ ୧୦ ମୃତ୍ୟୁ

vimsar.ac.in

ବୁର୍ଲା : ରାଜ୍ୟରେ କରୋନା ଗ୍ରାଫ ଧୀରେ ଧୀରେ ବୃଦ୍ଧି ପାଉଥିବା ଦେଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗତ ୧ ତାରିଖରୁ ବୁର୍ଲା ଭିମ୍‌ସାରର ପ୍ରଥମ କୋଭିଡ଼ ହସ୍ପିଟାଲକୁ ସଂପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ କରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ସେହି ପରିପ୍ରେକ୍ଷୀରେ ପ୍ରଥମ କୋଭିଡ଼ ହସ୍ପିଟାଲର ତଳ ମହଲାରେ ସାଧାରଣ ରୋଗୀଙ୍କ ପାଇଁ ଥିବାବେଳେ ପ୍ରଥମ ମହଲାରେ ଓଟି, ଦ୍ଵିତୀୟ ମହଲାରେ ଆଇସିୟୁ ଏବଂ ତୃତୀୟ ମହଲାକୁ ଆଇସୋଲେସନ ପାଇଁ ରଖାଯାଇଥିଲା।

ଗତ ୧୦ ଦିନ ମଧ୍ୟରେ ପ୍ରଥମ କୋଭିଡ଼ ହସ୍ପିଟାଲରେ ୩ଜଣ ରୋଗୀ ଭର୍ତ୍ତି କରାଯାଇଥିଲା। କିନ୍ତୁ, ସେମାନେ ଏବେ ସୁସ୍ଥ ହୋଇ ଘରକୁ ଯାଇଥିବା ବେଳେ ଆଣ୍ଟିଜେନ ଓ ଆର୍‌ଟିପିସିଆର୍‌ ଟେଷ୍ଟ ପରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତକାଲି ଆଣ୍ଟିଜେନ ଟେଷ୍ଟରେ ଜଣେ କରୋନା ସଂକ୍ରମିତ ଚିହ୍ନଟ କରାଯାଇଥିଲା। ତେବେ, ଆଜି ଜଣେ ଏମ୍‌ବିବିଏସ ଛାତ୍ରୀଙ୍କ ସହ ଆଉ ଦୁଇ ଜଣ ଅର୍ଥାତ ୩ ଜଣ କରୋନା ସଂକ୍ରମିତ ଥିବା ଚିହ୍ନଟ ହୋଇଛନ୍ତି। ସେମାନେ ନିଜ ନିଜ ଘରେ ସଂଘରୋଧରେ ଥିବା ଡାକ୍ତରଖାନା ସୂତ୍ରରୁ ଖବର ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe