ଗୋଟିଏ ଦିନରେ ୩ ଥର କରୋନା ପରୀକ୍ଷା, ରିପୋର୍ଟ ଥରେ ପଜିଟିଭ୍‌, ଦୁଇଥର ନେଗେଟିଭ୍‌

ଗୋଟିଏ ଦିନରେ ୩ ଥର କରୋନା ପରୀକ୍ଷା, ରିପୋର୍ଟ ଥରେ ପଜିଟିଭ୍‌, ଦୁଇଥର ନେଗେଟିଭ୍‌

ଗୋରୁମହିଷାଣୀ : ଲକ୍ଷଣ ନଥିଲା। ଆବଶ୍ୟକ ପଡ଼ିବାରୁ ଜଣେ ଯୁବକ ଡାକ୍ତରଖାନା ଯାଇ କରୋନା ପରୀକ୍ଷା କଲେ। ରିପୋର୍ଟ ପଜିଟିଭ୍‌ ଆସିଲା। ସଂଦେହ ହେବାରୁ ସେ ଆଉ ଦୁଇଟି ଡାକ୍ତରଖା‌ନାକୁ ଯାଇ ପରୀକ୍ଷା କରାଇଲେ। ତେବେ ଉକ୍ତ ରିପୋର୍ଟ ଦୁଇଟି ନେଗେଟିଭ୍‌ ଥିଲା। ସବୁଠାରୁ ବଡ଼କଥା ହେଉଛି; ଏହି ସମସ୍ତ ପରୀକ୍ଷା ଗୋଟିଏ ଦିନରେ କରାଯାଇଥିଲା

publive-image

ମୟୂରଭଂଜ ଜିଲ୍ଲା ବିଜାତଳା ବ୍ଲକ୍‌ ଦାମୁଡ଼ିଗୋଡ଼ା ଗାଁର ଶ୍ରୁତିରଞ୍ଜନ ମହାନ୍ତ ଯଶିପୁର ଅଞ୍ଚଳରେ ଜାତୀୟ ରାଜପଥ ନିର୍ମାଣ କରୁଥିବା ଏଲ୍‌ଆଣ୍ତଟି କମ୍ପାନିକୁ କାମ ପାଇଁ ଯାଇଥିଲେ। ହେଲେ କର୍ତୃପକ୍ଷ ତାଙ୍କୁ କରୋନା ପରୀକ୍ଷା କରି ଆସିବାକୁ କହିଥିଲେ। ତେଣୁ ସେ ଗତକାଲି ଯଶିପୁର ଡାକ୍ତରଖାନାରେ କରୋନା ପରୀକ୍ଷା (ଆଣ୍ଟିଜେନ୍‌) କରାଇଥିଲେ। ଫଳରେ ରିପୋର୍ଟ ପଜିଟିଭ୍‌ ଆସିଥିଲା। ତେବେ କୌଣସି ଲକ୍ଷଣ ନ ଥିବାରୁ ରିପୋର୍ଟକୁ ନେଇ ଶ୍ରୁତିରଞ୍ଜନଙ୍କ ସଂଦେହ ହୋଇଥିଲା। ତେଣୁ ସେ ଉକ୍ତଦାନ ପୁଣିଥରେ ରାଇରଙ୍ଗପୁର ଡାକ୍ତରଖାନାରେ ନିଜର କରୋନା ପରୀକ୍ଷା କରାଇଥିଲେ। ସେଠାରେ କିନ୍ତୁ ରିପୋର୍ଟ ନେଗେଟିଭ୍‌ ଆସିଲା। ଏପରି ସମୟରେ ଶ୍ରୁତିରଞ୍ଜନ ଦ୍ବନ୍ଦ୍ବରେ ପଡ଼ିବା ସହ ଅପରାହ୍ନରେ ବିଜାତଳା ଡାକ୍ତରଖାନା ଯାଇ ପୁଣିଥରେ ପରୀକ୍ଷା କରାଇବାକୁ ଚିନ୍ତା କଲେ। ସେଠାରେ ପରୀକ୍ଷା ପରେ ରିପୋର୍ଟ ନେଗେଟିଭ୍‌ ଥିବା ଜାଣିଲେ।

ତେବେ ଏନେଇ ଶ୍ରୁତିରଞ୍ଜନ ଚିନ୍ତା ବ୍ୟକ୍ତ କରିଛନ୍ତି। ସେ କରୋନା ପରୀକ୍ଷାର ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠାଇବା ସହ ଜଣେ ବ୍ୟକ୍ତିର ଗୋଟିଏ ଦିନରେ ତିନୋଟି ପରୀକ୍ଷା ରିପୋର୍ଟରୁ ଗୋଟିଏ କେମିତି ଅଲଗା ଅଲଗା ଆସିଲା ବୋଲି କହି ଆଶ୍ଚର୍ଯ୍ୟ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe