ଭୁବନେଶ୍ବରରେ ହେବ ଜାତୀୟ ରେଳବାଇ ପୁରସ୍କାର ବିତରଣ ଉତ୍ସବ: ୨୮ରେ ଆସିବେ ୩ କେନ୍ଦ୍ରମନ୍ତ୍ରୀ

Advertisment
ଭୁବନେଶ୍ବରରେ ହେବ ଜାତୀୟ ରେଳବାଇ ପୁରସ୍କାର ବିତରଣ ଉତ୍ସବ: ୨୮ରେ ଆସିବେ ୩ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର  ଆସନ୍ତା ୨୮ ତାରିଖରେ ଭୁବନେଶ୍ବରରେ ହେବ ଜାତୀୟ ରେଳ ପୁରସ୍କାର ବିତରଣ ଉତ୍ସବ। ଚଳିତବର୍ଷ ଏହି ଉତ୍ସବ ପୂର୍ବତଟ ରେଳପଥ ଆୟୋଜନ କରୁଛି। ଭୁବନେଶ୍ୱରର ରେଳବାଇ ଅଡିଟୋରିୟମରେ ଆୟୋଜିତ ଏହି ଉତ୍ସବରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଖଣି ମନ୍ତ୍ରୀ ରାଓସାହେବ ପାଟିଲ ଡାନଭେ, ରେଳ ରାଜ୍ୟ ମନ୍ତ୍ରୀ ଦର୍ଶନା ଜରଦୋଶ ଯୋଗଦେବେ।

ରେଳବାଇ ବୋର୍ଡର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ରେଳବାଇ ବୋର୍ଡର ସମସ୍ତ ସଦସ୍ୟ, ଜୋନାଲ ରେଳବାଇର ମହାପ୍ରବନ୍ଧକ, ରେଳବାଇର ଉତ୍ପାଦନ ୟୁନିଟ୍‌ଗୁଡିକର ମହାପ୍ରବନ୍ଧକ ଓ ରେଳବାଇର ପିଏସ୍‌ୟୁଗୁଡ଼ିକର ମୁଖ୍ୟମାନଙ୍କ ସହିତ ରେଳ ମନ୍ତ୍ରଣାଳୟର ମୁଖ୍ୟ ଅଧିକାରୀମାନେ ଉପସ୍ଥିତ ରହିବେ। ରେଳବାଇରେ ଉଲ୍ଲେଖନୀୟ ସେବା ପାଇଁ ବିଭିନ୍ନ ଜୋନାଲ ରେଳବାଇ, ଉତ୍ପାଦନ ୟୁନିଟ୍ ଓ ରେଳବାଇର ପିଏସୟୁଗୁଡିକର ୧୫୫ ଜଣ ରେଳବାଇ କର୍ମଚାରୀଙ୍କୁ ପୁରସ୍କୃତ କରାଯିବାକୁ ଥିବା ବେଳେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ ଦକ୍ଷତା ପାଇଁ ଜୋନାଲ ରେଳବାଇ, ଉତ୍ପାଦନ ୟୁନିଟ୍ ଓ ରେଳବାଇ ପିଏସୟୁଗୁଡ଼ିକୁ ସର୍ବମୋଟ ୨୧ଟି ସିଲ୍ଡ ପ୍ରଦାନ କରାଯାଇ ପୁରସ୍କୃତ କରାଯିବ। ପୂର୍ବତଟ ରେଳପଥ ଭୁବନେଶ୍ୱରରେ ଦ୍ୱିତୀୟ ଥର ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe