ହାତ ତିଆରି ବାଉଁଶ ପୋଲ ଉପରେ ନିର୍ଭର ତିନି ଗାଁର ଲୋକେ

Advertisment

ଯାତାୟତ କରିବା ପାଇଁ ନିଜ ଖର୍ଚ୍ଚରେ ବାଉଁଶ ପୋଲ ନିର୍ମାଣ କରିଛନ୍ତି ତିନି ଖଣ୍ଡ ଗ୍ରାମର ଗ୍ରାମବାସୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବୈପାରିଗୁଡ଼ା ଅଞ୍ଚଳରେ । ବାଲିଗାଁ ପଞ୍ଚାୟତର ମାଉଲିଗୁଡା ସଦର ପଞ୍ଚାୟତକୁ ଗମନାଗମନ ପାଇଁ କୌଣସି ସୁବିଧା ନାହିଁ ।

ଯାତାୟତ କରିବା ପାଇଁ ନିଜ ଖର୍ଚ୍ଚରେ ବାଉଁଶ ପୋଲ ନିର୍ମାଣ କରିଛନ୍ତି ତିନି ଖଣ୍ଡ ଗ୍ରାମର ଗ୍ରାମବାସୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବୈପାରିଗୁଡ଼ା ଅଞ୍ଚଳରେ । ବାଲିଗାଁ ପଞ୍ଚାୟତର ମାଉଲିଗୁଡା ସଦର ପଞ୍ଚାୟତକୁ ଗମନାଗମନ ପାଇଁ କୌଣସି ସୁବିଧା ନାହିଁ ।

d832dfcf-6189-4a4d-97f7-b2fca0f9828b

Photograph: (Sambad.in)

ବୈପାରିଗୁଡ଼ା: ଯାତାୟତ କରିବା ପାଇଁ ନିଜ ଖର୍ଚ୍ଚରେ ବାଉଁଶ ପୋଲ ନିର୍ମାଣ କରିଛନ୍ତି ତିନି ଖଣ୍ଡ ଗ୍ରାମର ଗ୍ରାମବାସୀ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଅଞ୍ଚଳରେ। ସରକାରୀ ସ୍ତରରେ ବିଭିନ୍ନ ଯୋଜନା ଥିଲେ ମଧ୍ୟ ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ବାଲିଗାଁ ପଞ୍ଚାୟତର ମାଉଲିଗୁଡା ସଦର ପଞ୍ଚାୟତକୁ ଗମନାଗମନ ପାଇଁ କୌଣସି ସୁବିଧା ନାହିଁ । ବାଲିଗାଁ ସଦର ମହକୁମାକୁ ଯିବାକୁ ହେଲେ ସୁରା ନଦୀ ପାର୍ ହେବାକୁ ପଡ଼େ । ହେଲେ ସୁରା ନଦୀ ପାର୍ କରିବା ପାଇଁ ଆଜି ପର୍ଯ୍ୟନ୍ତ ପୋଲଟିଏ ନିର୍ମାଣ ହୋଇପାରିନାହିଁ ।


କହିବାକୁ ଗଲେ, ସବୁ ସ୍ଥାନକୁ ଯୋଗାଯୋଗ ସୁଗମ ଏବଂ ଜନସାଧାରଣଙ୍କ ସୁରୁଖୁରୁରେ ଯାତାୟତ କରିବା ପାଇଁ ସରକାରୀ ସ୍ତରରେ ବିଭିନ୍ନ ଯୋଜନା ମାଧ୍ୟମରେ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ଅନେକ କ୍ଷେତ୍ରରେ ଏହି ଜନ କଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ହୋଇପାରୁନି। ସେହିପରି ସରକାରୀ ଯୋଜନା ଫେଲ୍ ମାରିଛି ମାଉଲିଗୁଡ଼ା ଗ୍ରାମରେ। ବାଲିଗାଁ ପଞ୍ଚାୟତର ମାଉଲିଗୁଡ଼ା, କୁରକୁଟିଗୁଡ଼ା ଏବଂ ରତଲିଆଗୁଡ଼ା ତିନି ଖଣ୍ଡ ଗ୍ରାମର ଲୋକେ ସୁରା ନଦୀ ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନିଜ ନିଜ ଗାଁ ଭିତରେ ଯୋଗାଯୋଗ ରହିପାରୁନି। ମାଉଲିଗୁଡ଼ା ଗ୍ରାମର ସ୍କୁଲ ଛାତ୍ରଛାତ୍ରୀ ଏବଂ ଅଙ୍ଗନବାଡ଼ି ଛାତ୍ରଛାତ୍ରୀମାନେ ଶିକ୍ଷା ଲାଭ କରିବା ପାଇଁ କୁରକୁଟିଗୁଡ଼ା ଉପରେ ନିର୍ଭର କରିଥାନ୍ତି। କିନ୍ତୁ ବାଧକ ସାଜୁଛି ସୁରା ନଦୀ। ଗ୍ରାମବାସୀମାନେ ମଧ୍ୟ ବିଭିନ୍ନ କାମରେ ପଞ୍ଚାୟତ ସଦର ମହକୁମାକୁ ଯିବାକୁ ହେଲେ ସୁରା ନଦୀ ପାର୍ କରିବାକୁ ପଡ଼େ। 

 

ସୂଚନା ଅନୁସାରେ, ବର୍ଷା ଦିନେ ସୁରା ନଦୀ ଫୁଲି ଗଲେ ମାଉଲିଗୁଡ଼ା ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼େ। ତେଣୁ ତିନି ଖଣ୍ଡ ଗ୍ରାମର ଗ୍ରାମବାସୀ ମିଳିମିଶି ନିଜ ଖର୍ଚ୍ଚରେ ଏବଂ ନିଜେ ଶ୍ରମଦାନ କରି ସୁରା ନଦୀ ଉପରେ ବାଉଁଶରେ ଏକ ପୋଲ ନିର୍ମାଣ କରିଛନ୍ତି। ପିଲାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଜୀବନକୁ ବାଜି ଲଗାଇ ପ୍ରତିଦିନ ଯିବାଆସିବା କରନ୍ତି। ବହୁବାର ପୋଲ ନିର୍ମାଣ ପାଇଁ ଦାବି କରିଆସୁଥିଲେ ମଧ୍ୟ ପ୍ରଶାସନ ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ ପୋଲ ନିର୍ମାଣ ପାଇଁ ଦାବି କରାଯାଇଥିଲା। ଏପରିକି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଏବଂ କୋଟପାଡ଼ ବିଧାୟକ ରୁପୁ ଭତ୍ରାଙ୍କୁ ମଧ୍ୟ ପୋଲ ନିର୍ମାଣ ପାଇଁ ନିବେଦନ କରାଯାଇଥିଲା। କିନ୍ତୁ କିଛି ସୁଫଳ ମିଳିନଥିଲା। ଏ ସମ୍ପର୍କରେ ବାଲିଗାଁ ସରପଞ୍ଚ ଗୋବର୍ଦ୍ଧନ କାଣ୍ଡକିଙ୍କୁ ପଚାର ଯିବାରୁ ଏତେ ବଡ଼ ପୋଲ ଜିପି ଫଣ୍ଡରେ ହେଇପାରିବ ନାହିଁ କହିଥିଲେ। ତେଣୁ ସେ ଆରଡ଼ି ଏବଂ ଜିଲ୍ଲାପାଳଙ୍କୁ ପୁନର୍ବାର ପୋଲ ନିର୍ମାଣ ପାଇଁ ଦାବି କରିବି ବୋଲି କହିଛନ୍ତି।

Odisha | Koraput 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe