ପିଆରଏମ ଅଧୀକ୍ଷକଙ୍କୁ ଆକ୍ରମଣ ଘଟଣା: ପୁଣି ୩ ମହିଳା ଗିରଫ, ଏଯାବତ ୭ ଜଣ ଗିରଫ ହେଲେଣି

Advertisment

ଗିରଫ ମହିଳାଙ୍କ ସହିତ ଜେଲରେ ରହିବେ ସାଢ଼େ ୩ବର୍ଷର ଶିଶୁ କନ୍ୟା

ଗିରଫ ମହିଳାଙ୍କ ସହିତ ଜେଲରେ ରହିବେ ସାଢ଼େ ୩ବର୍ଷର ଶିଶୁ କନ୍ୟା

ପିଆରଏମ ଅଧୀକ୍ଷକଙ୍କୁ ଆକ୍ରମଣ ଘଟଣା: ପୁଣି ୩ ମହିଳା ଗିରଫ, ଏଯାବତ ୭ ଜଣ ଗିରଫ ହେଲେଣି

Image Courtesy of Hindustan Times

ବାରିପଦା: ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲର ଅଧୀକ୍ଷକ ଡ. ବି ଏନ୍ ମହାପାତ୍ରଙ୍କୁ ଚଳିତ ମାସ ୨ ତାରିଖରେ ଆକ୍ରମଣ ଘଟଣାରେ ଆଜି ପୁଣି ୩ଜଣ ମହିଳାଙ୍କୁ ଗିରଫ କରାଯାଇଛି। ଗିରଫ ମହିଳାମାନେ ହେଲେ ଶୁଳିଆପଦା ଥାନା ବଡ଼ା ଗ୍ରାମର ପୂର୍ଣ୍ଣିମା ବିନ୍ଧାଣୀ(୪୦), ଯଶୋଦା ଟୁଡ଼ୁ(୪୨) ଏବଂ ବଡ଼ଭାଲିଆ ଗ୍ରାମର ଗେହ୍ଲୀ ବିନ୍ଧାଣୀ(୨୨)। ଏମାନଙ୍କୁ ମିଶାଇ ଆଜିସୁଦ୍ଧା ପିଆରଏମ ଅଧୀକ୍ଷକଙ୍କୁ ଆକ୍ରମଣ ଘଟଣାରେ ସଂପୃକ୍ତ ୭ଜଣ ଗିରଫ ହୋଇସାରିଥିବା ବାରିପଦା ଟାଉନ୍ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି।

ପୂର୍ବରୁ ମଧ୍ୟ ତିନି ଜଣ ମହିଳା ଗିରଫ ହୋଇଥିଲେ। ଆଜି ଆହତ ହୋଇ ହସ୍ପିଟାଲରେ ଥିବା କଂଗ୍ରେସ ସମର୍ଥିତ କର୍ମୀ ନିର୍ମଳ ପ୍ରଧାନଙ୍କୁ ମଧ୍ୟ ଏହି ଆକ୍ରମଣ ଘଟଣାରେ ଗିରଫ କରାଯାଇ କ‌ୋର୍ଟ ଚାଲଣ କରାଯାଇଛି। ତେବେ ଆଜି ଗିରଫ ହୋଇଥିବା ଗେହ୍ଲୀ ବିନ୍ଧାଣୀଙ୍କ ସହିତ ତାଙ୍କର ସାଢ଼େ ୩ ବର୍ଷର ନାବାଳିକା ଝିଅ ଜେଲରେ ରହିବା ନିମନ୍ତେ ଅନୁମତି ଦିଆଯାଇଛି।

ଉଲ୍ଲେଖଯୋଗ୍ୟଯେ ଶ୍ୟାମାଖୁଣ୍ଟା ବ୍ଲକ୍ ଅନ୍ତର୍ଗତ ସପନଚୁଆ ଗ୍ରାମର ସୁନାରାମ ପାତ୍ରଙ୍କ ଏକମାତ୍ର କନ୍ୟା ସୁପ୍ରିୟା ପାତ୍ରଙ୍କର ଚିକିତ୍ସା ଅଭାବରୁ ପିଆରଏମ ହସ୍ପିଟାଲରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। ୧୭ ବର୍ଷିୟା ନାବାଳିକା ଛାତ୍ରୀ ସୁପ୍ରିୟା ରକ୍ତହୀନତା(ଥାଲାସେମିଆ) ରୋଗରେ ପୀଡ଼ିତା ଥିଲେ। ମାତ୍ର ଉପଯୁକ୍ତ ସମୟରେ ରକ୍ତ ଦିଆଯାଇନପାରିବାରୁ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ ଅଭିଯୋଗ କରିଥିଲେ। ଏନେଇ ପିଆରଏମ୍ରେ ଧାରଣା ଦିଆଯିବା ସହିତ ଅଧୀକ୍ଷକଙ୍କୁ ଉତ୍ତ୍ୟକ୍ତ ସମ୍ପର୍କୀୟ ଏବଂ ଉପସ୍ଥିତ ଲୋକ ଆକ୍ରମଣ କରିଥିଲେ। ଏହାକୁ ନେଇ ଡାକ୍ତରମାନଙ୍କର ଏକ ଟିମ୍ ଡିଜିପିଙ୍କୁ ଭେଟିଥିଲେ। ସେହିପରି ସ୍ବାସ୍ଥ୍ୟ ସଚିବ ଏସ୍ପିଙ୍କୁ ପତ୍ର ଲେଖି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe