କାନ୍ଥ ଧସି ୩ ମହିଳା ଗୁରୁତର, ଭାଙ୍ଗିଲା ବିଜୁଳି ଖୁଣ୍ଟ

Advertisment
କାନ୍ଥ ଧସି ୩ ମହିଳା ଗୁରୁତର, ଭାଙ୍ଗିଲା ବିଜୁଳି ଖୁଣ୍ଟ

ଝାରସୁଗୁଡ଼ା: ଝାରସୁଗୁଡ଼ା ଥାନା ଅନ୍ତର୍ଗତ ସରବାହାଲ କୁମ୍ଭାରପଡ଼ା ମିଶ୍ରଗଳିରେ ଥିବା ବିମଳ ଗୋଁଦିଆଙ୍କ ପୁରୁଣା କୋଠାର ଏକ କାନ୍ଥ ଧସିଯିବାରୁ ଆଜି ୩ ଜଣ ମହିଳା ଗୁରୁତର ହୋଇଛନ୍ତି। ସମୋନେ ହେଲେ ଝୁନୁ ଗାରନିକ୍‌(୫୫), ମିତା ତ୍ରିପାଠୀ(୪୦) ଓ ଖୁନ୍ତା ରାଣା(୫୦)। ଗୁରୁତର ମାନଙ୍କୁ ସହରର ବିଭିନ୍ନ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ୨ ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି।

ଖବର ପାଇ ଝାରସୁଗୁଡ଼ା ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି। ସେପଟେ, କାନ୍ଥ ପଡ଼ିବା ଯୋଗୁ ଗଳିରେ ଲାଗିଥିବା ଏକ ବିଜୁଳି ଖୁଣ୍ଟ ମଧ୍ୟ ଉପୁଡ଼ି ପଡ଼ିଛି। ଫଳରେ ସନ୍ଧ୍ୟାରୁ ସମଗ୍ର ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ଠପ୍‌ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe