ଫେସବୁକରେ ଭିଡିଓ ଭାଇରାଲ କରି ଭବାନୀପାଟଣା ସହରର ୩ ଯୁବକ ଗିରଫ

ଫେସବୁକରେ ଭିଡିଓ ଭାଇରାଲ କରି ଭବାନୀପାଟଣା ସହରର ୩ ଯୁବକ ଗିରଫ

ଭବାନୀପାଟଣା : ଫେସବୁକରେ ମିଥ୍ୟା ଭିଡିଓ ଭାଇରାଲ କରିବା ଅଭିଯୋଗରେ ଟାଉନ ଥାନା ପକ୍ଷରୁ ଭବାନୀପାଟଣା ସହରର ୩ ଜଣ ଯୁବକଙ୍କୁ ଗିରଫ କରିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।

publive-image

ପୁଲିସ ସୂତ୍ରରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ବାହାଦୂରବଗିଚା ପଡାର ଅମିତ କୁମାର ଚୌଧୁରୀ, ସୁଶାନ୍ତ ପୁରୋହିତ ଓରଫ ୠତୁରାଜ ଏବଂ ଗୌନ୍ତିଆପଡାର ମୋହନ କୁମାର ମେହେର ଫେସବୁକରେ ମିଥ୍ୟା ଭିଡିଓ ଭାଇରାଲ କରିଥିବା ଅଭିଯୋଗରେ ସମ୍ପୃକ୍ତ ଥିବା ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିଲେ । ଏନେଇ ଭବାନୀପାଟଣା ଟାଉନଥାନା ପକ୍ଷରୁ କେସନଂ ୨୩୩/୧୭.୯.୨୦୨୯ ଦଫା ୨୯୨, ୪୬୫, ୪୬୯, ୫୦୯, ୩୪ ଆଇପିସି, ଆର/ଡବ୍ଲୁ ସେକସନ ୬୬, ୬୬(ସି), ୭୭,୭୭(ଏ ), ଆଇଟି ଆକ୍ଟରେ ଅମିତ କୁମାର ଚୌଧୁରୀ, ସୁଶାନ୍ତ ପୁରୋହିତ ଓ ମୋହନ କୁମାର ମେହେର ସମେତ ୩ ଜଣଙ୍କୁ ପୁଲିସ ଗିରଫ କରିଛି । ୩ ଅଭିଯୁକ୍ତଙ୍କ ଠାରୁ ୨ଟି ଆଇଫୋନ, ଗୋଟିଏ ମାଇକ୍ରୋମ୍ୟାକ୍ସ କିପେଡ ମୋବାଇଲକୁ ଜବତ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe