ଶୁକ୍ରବାର ୭ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା; ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି

ଶୁକ୍ରବାର ୭ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା; ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି

ଭୁବନେଶ୍ୱର: ଶୁକ୍ରବାର (୧୨ ମାର୍ଚ୍ଚ) ସକାଳ ୮ଟା ୩୦ରୁ ଶନିବାର (୧୩ ମାର୍ଚ୍ଚ) ସକାଳ ୮ଟା ୩୦ ମଧ୍ୟରେ ରାଜ୍ୟର ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଏହି ୭ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ଏହି ସମସ୍ତ ଜିଲ୍ଲାଗୁଡ଼ିକରେ କାଳବୈଶାଖୀ ହେବାର ମଧ୍ୟ ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ରାଜ୍ୟ ସରକାରଙ୍କୁ ସତର୍କ ସୂଚନା ଜାରି କରାଯାଇଛି।

ଆଇଏମ୍‌ଡି ପକ୍ଷରୁ ଏହି ସତର୍କ ସୂଚନା ମିଳିବା ପରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍‌ କମିସନର (ଏସ୍‌ଆରସି) ଆଜି ସନ୍ଧ୍ୟାରେ ଏହି ସାତଟି ଜିଲ୍ଲାପାଳଙ୍କୁ ଏକ ସ୍ୱତନ୍ତ୍ର ସୂଚନାରେ ଏ ସଂପର୍କରେ ଅବଗତ କରାଇଛନ୍ତି। ଏଥିସହ ଏହି ସମୟ ମଧ୍ୟରେ ହେବାକୁ ଥିବା କାଳବୈଶାଖୀରେ ଯେପରି କୌଣସି ଧନ ଜୀବନ ହାନୀ କିମ୍ବା କ୍ଷୟକ୍ଷତି ନ ହୁଏ ସେଥିପ୍ରତି ସଚେତନ ରହିବା ସହ ଆଗୁଆ ସତର୍କତାମୂଳକ ପଦକ୍ଷେପ ନେବାକୁ ସଂପୃକ୍ତ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe