ଭୁବନେଶ୍ୱର-ବାଲେଶ୍ୱରରେ କାଳବୈଶାଖୀ ପରେ ଘଡ଼ଘଡ଼ି ସହ ବର୍ଷା, ଉପୁଡି ପଡ଼ିଲା ମହାଦ୍ରୁମ

Advertisment
ଭୁବନେଶ୍ୱର-ବାଲେଶ୍ୱରରେ କାଳବୈଶାଖୀ ପରେ ଘଡ଼ଘଡ଼ି ସହ ବର୍ଷା, ଉପୁଡି ପଡ଼ିଲା ମହାଦ୍ରୁମ

ଭୁବନେଶ୍ୱର/ବାଲେଶ୍ୱର: ଭୁବନେଶ୍ୱର ଏବଂ ବାଲେଶ୍ୱରରେ ବୁଧବାର କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଛି। ବାଲେଶ୍ୱରରେ ଆଜି ଅପରାହ୍ଣ ପ୍ରାୟ ସାଢ଼େ ୩ଟାରୁ ପ୍ରାୟ ଅଧ ଘଣ୍ଟା ଯାଏଁ କାଳବୈଶାଖୀ ଦେଖାଯାଇଥିଲା। ଏହା ପରେ ଘଡ଼ଘଡ଼ି ସହିତ ବର୍ଷା ହୋଇଥିଲା। ସହରର କିଛି ସ୍ଥାନରେ ବଡ଼ ବଡ଼ ହୋର୍ଡିଂ ଭାଙ୍ଗି ଯାଇଥିବା ବେଳେ ବଡ଼ ବଡ଼ ଗଛ ଉପୁଡି ପଡ଼ିଛି। କିଛି ଲୋକଙ୍କର ଘର ଛପର ଉଡାଇ ନେଇଥିବା ବେଳେ ଆଜବେଷ୍ଟସ ଭାଙ୍ଗି ଯାଇଛି।

publive-image

୧୨ ଦିନ ତଳେ ଦେଖାଯାଇଥିବା ସାମୁଦ୍ରିକ ଝଡ଼ ‘ଫନି’କୁ ଲୋକେ ଭୁଲି ନ ଥିବା ବେଳେ ଆଜି ସନ୍ଧ୍ୟା ୭ଟାରେ ଭୁବନେଶ୍ୱରରେ କାଳବୈଶାଖୀର ପ୍ରଭାବରେ ବିଜୁଳି ମାରିବା ସହିତ ଜୋର୍‌ରେ ପବନ ବୋହିବା ଯୋଗୁଁ ଲୋକେ ପୁଣି ଥରେ ଭୟଭୀତ ହୋଇ ଯାଇଛନ୍ତି। ଭୁବନେଶ୍ୱରରେ ଘଡ଼ଘଡ଼ି ସହ କିଛି ସ୍ଥାନରେ ବର୍ଷା ହୋଇଛି।

publive-image

ବାଲେଶ୍ୱର ଓ ଭୁବନେଶ୍ୱର ବ୍ୟତୀତ ରାଜ୍ୟର ଅନ୍ୟ କିଛି ସ୍ଥାନରେ ମଧ୍ୟ କାଳବୈଶାଖୀର ପ୍ରଭାବରେ ଘୁର୍ଣ୍ଣିଝଡ଼ ଓ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe