ଦେଓଗାଁରେ ଝଡ଼ବର୍ଷା: ଗଛ ପଡ଼ି ଜାତୀୟ ରାଜପଥ ଅବରୋଧ

Advertisment
ଦେଓଗାଁରେ ଝଡ଼ବର୍ଷା: ଗଛ ପଡ଼ି ଜାତୀୟ ରାଜପଥ ଅବରୋଧ

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍‌ ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ଝଡ଼ବର୍ଷା ସହ କରାମାଡ଼ ହୋଇଛି। ଫଳରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଥିବା ବେଳେ ଡାକବଙ୍ଗଳା ଛକରେ ଗଛ ପଡ଼ି ଜାତୀୟ ରାଜପଥ ୨୬ ଅବରୋଧ ହୋଇଛି। ବହୁ ସମୟ ଧରି ଗାଡ଼ିମଟର ଯିବାଆସିବା ବନ୍ଦ ରହିଥିଲା। ସ୍ଥାନୀୟ କିଛି ଲୋକ ଗଛ କାଟି ସଫା କରୁଥିବା ବେଳେ ପରେ ଦେଓଗାଁ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଗଛ କାଟି ରାସ୍ତାରୁ ହଟାଇଥିଲେ। ପରେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଥିଲା।

publive-image

ସେହିପରି ଦେଓଗାଁ ଓ କଛାରପାଲି ବସ୍ତି ଭିତରେ ଥିବା ଡ୍ରେନ ପାଣି ରାସ୍ତା ଉପରରେ ପ୍ରବାହିତ ହେଉଛି। କିଛି ସ୍ଥାନରେ ଘରକୁ ମଧ୍ୟ ପଶିଥିବା ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଝଡ଼ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe