କାଳବୈଶାଖୀ: ଗଛ ଉପୁଡ଼ିଲା, ଛପର ଉଡ଼ିଲା 

Advertisment
କାଳବୈଶାଖୀ: ଗଛ ଉପୁଡ଼ିଲା, ଛପର ଉଡ଼ିଲା 

ଢେଙ୍କିକୋଟ: କେନ୍ଦୁଝର ଜିଲାରେ ପ୍ରବଳ ଗ୍ରୀଷ୍ମପ୍ରବାହ ସାଙ୍ଗକୁ କାଳବୈଶାଖୀ କିଛି ଦିନ ହେଲା ଅଞ୍ଚଳବାସୀଙ୍କୁ ଡରାଉଛି। ଗତକାଲି ସନ୍ଧ୍ୟାରେ ଘଟଗାଁ ବ୍ଲକ ଅନ୍ତର୍ଗତ ତୋରାଣିପୋଖରୀ ପଞ୍ଚାୟତ ଓ ସରାସପଶି ପଞ୍ଚାୟତ ଅଞ୍ଚଳରେ କାଳ ବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଖୁଦପୁଟଳି, ତୋରାଣି ପୋଖରୀ, ଲକ୍ଷ୍ମୀପଶି, ମଥୁରା ପଶି ଆଦି ସ୍ଥାନରେ ଗଛ ଉପୁଡ଼ି ପଡ଼ିରାସ୍ତା ଅବରୋଧ ହୋଇଥିବା ବେଳେ ଅଞ୍ଚଳର କେତେକ ଟାଇଲି ଛପର, ଟିଣଛପର, ଆଜବେଷ୍ଟସ୍ ଛପର ଘର ଉଡ଼ାଇ ନେଇଛି । ଧୋବାପିଟଣା ଗ୍ରାମର ଯତୀନ୍ଦ୍ର ମହାନ୍ତ କାର ଉପରେ କାନ୍ଥ ଭୁଶୁଡି ପଡିବାରୁ କାରଟିର କ୍ଷତି ଘଟିଛି।

publive-image

ସେହିପରି ଧୋବାପାଟଣା ଅଙ୍ଗନବାଡ଼ି କେନ୍ଦ୍ର ଉପରେ ଗଛ ଉପୁଡ଼ି ପଡ଼ିଥିବା ବେଳେ ଆଜି ଅଗ୍ନିଶମ ବାହିନୀ ଏହି ଗଛ କାଟି ହଟାଇଛି। ରାସ୍ତାରେ ପଡ଼ିଥିବା ଗଛକୁ ଆଜି ଅଗ୍ନିଶମ ବିଭାଗ କାଟି ହଟାଇବା ପରେ ଗମନାଗମନ ସ୍ବାଭାବିକ ହୋଇଛି । କାଳ ବୈଶାଖୀ ପ୍ରଭାବରୁ କେତେକ ସ୍ଥାନରେ ବିଦ୍ୟୁତ୍ ତାର ଛିଡ଼ିବା, ତାର ଉପରେ ଗଛ ପଡ଼ିବା କାରଣରୁ ସୋମବାର ଅପରାହ୍ଣ ଯାଏ ଏହି ଅଞ୍ଚଳ ରେ ବିଦ୍ୟୁତ୍ ସେବା ସ୍ବାଭାବିକ ହୋଇ ପାରି ନଥିବା ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe